ସୋର: ସୋରରେ ଡକାୟତଙ୍କ ଆତଙ୍କରାଜ । ଡିକି ଭାଙ୍ଗି ଲୁଟିଲେ ଟଙ୍କା । ଡିକି ଭାଙ୍ଗି ୨ ଲକ୍ଷ ୪୫ ହଜାର ଟଙ୍କା ଲୁଟ୍ କରାଯଇଛି । ଚଡକମରା ଛକ ନିକଟରେ ଡିକି ତାଡି ଲୁଟ୍ ହୋଇଛି । ବ୍ୟକ୍ତି ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ । ଏନେଇ ବ୍ୟକ୍ତି ଜଣକ ପୋଲିସକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।








