23.1 C
Bhubaneswar
Sunday, February 8, 2026
Homeଓଡିଶାଶକ୍ତି ଦକ୍ଷତା ବ୍ୟୁରୋ ଏବଂ ସର୍ବୋଚ୍ଚଯନ୍ତ୍ରୀ ଓଡ଼ିଶା ଦ୍ଵାରା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ନିମନ୍ତେ ସଂକ୍ରାନ୍ତରେ ଦୁଇ...

ଶକ୍ତି ଦକ୍ଷତା ବ୍ୟୁରୋ ଏବଂ ସର୍ବୋଚ୍ଚଯନ୍ତ୍ରୀ ଓଡ଼ିଶା ଦ୍ଵାରା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ନିମନ୍ତେ ସଂକ୍ରାନ୍ତରେ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର: ଶକ୍ତି ଦକ୍ଷତା ବ୍ୟୁରୋ (BEE),ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଏବଂ ଏସ୍‌.ଡି.ଏ., ଶକ୍ତି ବିଭାଗ, ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଶକ୍ତି ସଂରକ୍ଷଣ ଏବଂ ଭବନ ନିର୍ମାଣ ସଂହିତା (ECSBC)ର କାର୍ଯ୍ୟକାରିତା ଉପଲକ୍ଷେ ଏକ ଦୁଇ ଦିନିଆ କର୍ମଶାଳା ୩ ଏବଂ ୪ ଜୁଲାଇ ୨୦୨୫ ଭୁବନେଶ୍ଵର ଠାରେ ସଫଳ ଭାବେ ଅନୁଷ୍ଠିତ ହୋଇଅଛି | ଏହି ସଂହିତାର ମୂଳ ଉଦ୍ଦେଶ୍ୟ ହେଉଛି ଶକ୍ତି ଦକ୍ଷତା ବୃଦ୍ଧି, ବିଦ୍ୟୁତ୍‌ ସଂଞ୍ଚୟ ଓ ନବୀକରଣ ଶକ୍ତିର ବ୍ୟବହାର ଏବଂ ଭବନ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୁଳ ନିର୍ମାଣକୁ ପ୍ରୋତ୍ସାହିତ କରିବା | ଏହା ୧୦୦କିଲୋୱାଟ୍‌ ରୁ ଉର୍ଦ୍ଧ ସଂଯୁକ୍ତଭାର ବିଶିଷ୍ଟ ଭବନପାଇଁ ପ୍ରଯୁଜ୍ୟ |

ଏହି କର୍ମଶାଳା ରେ ଶ୍ରୀ ବିଶାଲ୍ କୁମାର ଦେବ, ଆଇ.ଏ.ଏସ, ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ ଏବଂ ଶ୍ରୀମତୀ ଉଷା ପାଢ଼ୀ, ଆଇ.ଏ.ଏସ, ପ୍ରମୁଖ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଶ୍ରୀମତୀ ପ୍ରଭାତନଳିନୀ ସାମଲ, ନିର୍ଦ୍ଦେଶକ, ଶକ୍ତି ଦକ୍ଷତା ବ୍ୟୁରୋ (BEE) ଏବଂ ପୂର୍ବାଞ୍ଚଳର ୫ଟି ରାଜ୍ୟ ଯଥା- ଓଡିଶା, ଛତିଶଗଡ଼, ପଶ୍ଚିମ ବଙ୍ଗ, ଝାରଖଣ୍ଡ ଓ ବିହାର,ର ଏସ୍‌. ଡି.ଏ.ର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ | ଶ୍ରୀ ପ୍ୟାରିମୋହନ ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ୍) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ, ଶକ୍ତି ବିଭାଗ(ଓଡ଼ିଶା),ତା’ଙ୍କ ସ୍ୱାଗତ କାଳୀନ ଅଭିଭାଷଣରେ ଇ.ସି.ଏସ.ବି.ସି. ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବା ସହିତ ତା’ର ଉପକାରିତା ଓ ସଫଳ ସମ୍ପାଦନ ଉପରେ ଆଲୋକପାତ କରିଥିଲେ | ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ, ତାଙ୍କ ଉଦ୍‌ବୋଧନରେ ECSBC ର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ବିଜ୍ଞପ୍ତି ଦ୍ୱାରା ନିର୍ମାଣ କ୍ଷେତ୍ରରେ ଶକ୍ତିଦକ୍ଷତାକୁ ସୁନିଶ୍ଚିତ କରିବାପାଇଁ ଅଧିକାରୀମାନଙ୍କୁ ଉପଦେଶ ଦେଇ ରାଜ୍ୟରେ ଏକ ECSBC ପାଇଲଟ୍‌ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ | ନିର୍ଦ୍ଦେଶକ, ଶକ୍ତି ଦକ୍ଷତା ବ୍ୟୁରୋ (BEE)ଏଥି ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ |

ଶକ୍ତି ସଂରକ୍ଷଣ ଏକ ବୈଧାନିକ ଅନୁପାଳନ ନୁହେଁ, ବରଂ ଏହା ଆଗାମୀ ପିଢ଼ିର ଉତ୍କୃଷ୍ଟ ଭବିଷ୍ୟତ ପାଇଁ ଏକ ନିରନ୍ତର ପ୍ରଚେଷ୍ଟା ବୋଲି ପ୍ରମୁଖ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଭିଭାଷଣ ରଖିଥିଲେ | ଏହା ବିକଶିତ ଓଡିଶା ଓ ବିକଶିତ ଭାରତ ର ଯାତ୍ରାରେ ସହାୟକ ହେବ | ରାଜ୍ୟର ବିଲ୍ଡିଂ ରେଗୁଲେଶନ ରେ ECSBC କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି କର୍ମଶାଳାରେ ସମ୍ମତି ପ୍ରକାଶ ପାଇଥିଲା | BEE ର ଷ୍ଟାର-ରେଟିଂ ଗୃହନିର୍ମାଣ କ୍ଷେତ୍ରରେ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହନ ନିମନ୍ତେ ଏକ ଅଭିନବ ପଦକ୍ଷେପ | ଅଦ୍ୟାବଧି ରାଜ୍ୟରେ ୧୩ଟି ପ୍ରମୁଖ ଅଟ୍ଟାଳିକା ମାନଙ୍କୁ ଶକ୍ତିଦକ୍ଷତା ଉପଲବଧି ନିମନ୍ତେ ତାରକା ଚିହ୍ନ ପ୍ରଦାନ କରାଯାଇଛି | ତନ୍ମଧ୍ୟରୁ ମଧୁସୂଦନ ଏକାଡ଼େମୀ, ପୁଲିସ କମିସନରେଟ୍, ନିର୍ମାଣ ସୌଧ ଓ OREDA କୁ ଏହି ଉଦ୍‌ଘାଟନି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷରେ ଶ୍ରୀ ସୁଧୀର କୁମାର ମହାପାତ୍ର, ମୁଖ୍ୟ ଯନ୍ତ୍ରୀ (ଶକ୍ତି ସଂରକ୍ଷଣ) ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking