18.1 C
Bhubaneswar
Thursday, February 12, 2026
Homeଓଡିଶାଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩; ଗ୍ରାଚ୍ୟୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନ ସମାରୋହରେ ଶ୍ରମ ଓ କର୍ମଚାର ରାଜ୍ୟ ବୀମା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅଧିକାରୀମାନଙ୍କୁ ଉଦବୋଧନ ଦେବା ଅବସରରେ କହିଥିଲେ ଯେ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଆହରଣ କରିଥିବା ଜ୍ଞାନର ସଦୁପଯୋଗ କରି ଶ୍ରମଜୀବୀ ଓ ତାଙ୍କ ପରିବାରଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ଅଧିକାରୀମାନେ ସହାୟକ ହେବେ ।

ଏହି ଅବସରରେ ମୁଖ୍ୟ ଅତିଥି ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ଘାସିରାସ ଟୁଡୁ ଉପସ୍ଥିତ ରହି ଅଧିକାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଉକ୍ତ ଆଇନଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଉପଦେଶ ଦେଇଥିଲେ । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଅବସରପ୍ରାପ୍ତ ସହକାରୀ ଶ୍ରମ ଆୟୁକ୍ତ ଶ୍ରୀ ଜଟାଧାରୀ ପରିଡ଼ା ଓ ଅବସରପ୍ରାପ୍ତ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଲକ୍ଷ୍ମୀଧର ରଥ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ମଦନ ମୋହନ ପାଇକ ଉପସ୍ଥିତ ସମସ୍ତ ଅଧିକାରୀ ତଥା ରାଜ୍ୟ ଶ୍ରମ ସଂସ୍ଥାନର ନିର୍ଦ୍ଦେଶକ, ଉପ-ନିର୍ଦ୍ଦେଶକ ଓ ସଂସ୍ଥାନର ସମୟ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ବିଶ୍ଵଜିତ ମହନ୍ତ ମହାପାତ୍ର ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking