27.1 C
Bhubaneswar
Thursday, May 22, 2025
Homeଓଡିଶାଦୁଇ ଦିନିଆ ସିକିଲ୍ ସେଲ୍ ଆନିମିଆ ଓ ଥାଲାସେମିଆ ରୋଗ ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଯାପିତ

ଦୁଇ ଦିନିଆ ସିକିଲ୍ ସେଲ୍ ଆନିମିଆ ଓ ଥାଲାସେମିଆ ରୋଗ ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: ସଫଳତାର ସହ ଶେଷ ହୋଇଛି ଦୁଇ ଦିନିଆ ଜାତୀୟ କର୍ମଶାଳା । ‘ସିକିଲ୍ ସେଲ୍ ଏବଂ ଥାଲାସେମିଆ ନିରାକରଣ: ବେଷ୍ଟ୍ ପ୍ରାକ୍ଟିସ୍ ଓ ସ୍କେଲେବଲ୍ ଷ୍ଟ୍ରାଟେଜୀ’ ବିଷୟବସ୍ତୁକୁ ନେଇ ଦୁଇ ଦିନିଆ ଜାତୀୟ କର୍ମଶାଳା ମେଫେୟାର କନଭେନସନ୍ ଠାରେ ଆୟୋଜିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର, ଅନୁସୂଚିତ ଜାତି ନିର୍ଦ୍ଦେଶକ ଡ଼ ପୋମା ଟୁଡୁ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଉପ ଶାସନ ସଚିବ ଡ଼ ରାଜି ଏନ.ଏସ, ଜାତୀୟ ସ୍ବାସ୍ଥ୍ୟ ମିଶନର ଏମଡ଼ି ଡ଼ ବୃନ୍ଦା ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ପ୍ରତିନିଧି, ଚିକିତ୍ସା ବିଶେଷଜ୍ଞ, ୟୁଏନଡିପି, ୟୁନିସେଫ୍, ଆଇଏସଏଚବିଟିର ପ୍ରତିନିଧି ଏବଂ ୧୦ ଟି ସିକିଲସେଲ ପ୍ରଭାବିତ ରାଜ୍ୟର ଜନଜାତି କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।

ସିକିଲ୍ ସେଲ୍ ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନାରେ ଅଗ୍ରଗତି, ଜାତୀୟ ସିକିଲ୍ ସେଲ୍ ରୋଗ ଦୂରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ ଓ ପରିବର୍ତ୍ତନ କରିବା, ସାମାଜିକ-ଆଚରଣ ପରିବର୍ତ୍ତନ ଏବଂ ବହୁମୁଖି ପଦକ୍ଷେପ ଗ୍ରହଣ, ସିକିଲ୍ ସେଲ୍ ରୋଗ ପରିଚାଳନାରେ ସମ୍ମୁଖିନ ହେଉଥିବା ବିଭିନ୍ନ ଆହ୍ବାନ, ଭାରତରେ ସିକିଲ୍ ସେଲ୍ ରୋଗ କାର୍ଯ୍ୟକ୍ରମ ପାଇଁ ଭବିଷ୍ୟତ ନିର୍ଣ୍ଣୟ ଆଦି ସମ୍ପର୍କରେ ଦୁଇ ଦିନ ଧରି ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଦୁଇ ଦିନିଆ କର୍ମଶାଳାରେ ଗ୍ଲୋବାଲ୍ ସିକିଲ୍ ସେଲ୍ ଡିଜିଜ୍ ନେଟୱାର୍କର ପ୍ରତିଷ୍ଠାତା ତଥା ଟୋରୋଣ୍ଟ ବିଶ୍ବବିଦ୍ୟାଳୟର ହେମାଟୋଲୋଜି ବିଭାଗର ନିର୍ଦ୍ଦେଶକ ପ୍ରଫେସର ଆଇଜାକ୍ ଓଡ଼ାମେ ଉପସ୍ଥିତ ରହି ସିକିଲ୍ ସେଲ୍ ଆନିମିଆର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।

ସେହିପରି ଦୁଇ ଦିବସୀୟ ଆଲୋଚନାରେ ନାଗପୁରରୁ ପ୍ରଫେସର ଦିପ୍ତି ଜୈନ, କୋଲକାତାରୁ ପ୍ରଫେସର ମୈତ୍ରୀ ଭଟ୍ଟାଚାର୍ଯ୍ୟ, କାର୍ଲିପର୍ଣ୍ଣିଆସ୍ଥିତ ଲୋମା ଲିଣ୍ଡା ବିଶ୍ବବିଦ୍ୟାଳୟର ସିକିଲ୍ ସେଲ୍ କାର୍ଯ୍ୟକ୍ରମ ନିର୍ଦ୍ଦେଶ ପ୍ରଫେସର ଅକ୍ଷତ ଜୈନ, ଏମ୍ସ ଦିଲ୍ଲୀର ପ୍ରଫେସର ତୁଲିକା ସେଠ୍, ଜେଏନୟୁର ସହକାରୀ ପ୍ରାଧ୍ୟାପକ ପ୍ରଫେସର ସୁନିତା ରେଡ୍ଡି, ଆଇସିଏମଆରର ରିସର୍ଚ୍ଚ ଡିଭିଜନର ମୁଖ୍ୟ ଡ଼ ବୋନ୍ଥା ଭି ବାବୁ, କୋଲକାତାସ୍ଥିତ ଏନଆରଏସ୍ ମେଡିକାଲ୍ କଲେଜର ମୁଖ୍ୟ ପ୍ରଫେସର ଟି.କେ ଦଳାଇ, ଥାଲାସେମିକ୍ ର ସଚିବ ଶୋଭା ଟୁଲି, ୟୁନିସେଫ୍ ଓ ଏନଆଇସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସିକିଲ୍ ସେଲ୍ ଆନିମିଆ ଓ ଥାଲାସେମିଆର ପ୍ରମୁଖ ସମସ୍ୟା, ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ବିଭିନ୍ନ ରାଜ୍ୟରୁ ଆସିଥିବା କିଛି ସିକିଲ୍ ସେଲ୍ ରୋଗୀ ଅନୁଭୂତି ବାଣ୍ଟିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking