32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପାକିସ୍ତାନରେ ଦୁଇ ଦିନିଆ ଲକଡାଉନ୍

ପାକିସ୍ତାନରେ ଦୁଇ ଦିନିଆ ଲକଡାଉନ୍

ଇସ୍‌ଲାମବାଦ : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା କାରଣରୁ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି । ଏହାର ସବୁଠାରୁ ଭୟଙ୍କର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବରୁ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନରେ ଏବେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ଆକାଶଛୁଆଁ ହୋଇଛି। ଏହି ଶକ୍ତି ସଙ୍କଟରୁ ମୁକ୍ତି ପାଇବା ପାଇଁ ଶେହବାଜ ସରିଫ୍ ସରକାର ଦେଶରେ ‘ଲକଡାଉନ୍’ ଲାଗୁ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିୟମ ଅନୁଯାୟୀ, ଏପ୍ରିଲ ୪-୫ ତାରିଖରୁ ସାରା ଦେଶରେ କଟକଣା ଆରମ୍ଭ ହେବ । ଲକଡାଉନ୍ ଅଧୀନରେ ଶନିବାର ମଧ୍ୟରାତ୍ରି ୧୨ଟାରୁ ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । କେବଳ ସେତିକି ନୁହେଁ, ମୋଟରୱେ ଏବଂ ହାଇୱେରେ ଗାଡ଼ି ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସମୟ ମଧ୍ୟରେ ଯେଉଁମାନଙ୍କର ବିବାହ ସ୍ଥିର ହୋଇଥିଲା, ସେହି କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ। ପାକିସ୍ତାନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୩୯୦୦ ରୁ ବୃଦ୍ଧି ପାଇ ୫୧୩୫ ଟଙ୍କାରେ ପହଞ୍ଚିଛି। ଏହି କାରଣରୁ ପରିବହନ ସେବା ମହଙ୍ଗା ହୋଇଥିବାବେଳେ ସାଧାରଣ ଜନତା ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଏଭଳି ଅଜବ ନିଷ୍ପତ୍ତି ଯୋଗୁଁ ଶେହବାଜ ସରିଫ୍ ପୁଣିଥରେ ବିଶ୍ୱ ଦରବାରରେ ପରିହାସର ପାତ୍ର ସାଜିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking