21.1 C
Bhubaneswar
Thursday, February 5, 2026
Homeଓଡିଶାଦେଶବ୍ୟାପୀ ବିଶେଷ ସଘନ ସଂଶୋଧନ ପ୍ରସ୍ତୁତି ପାଇଁ ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ...

ଦେଶବ୍ୟାପୀ ବିଶେଷ ସଘନ ସଂଶୋଧନ ପ୍ରସ୍ତୁତି ପାଇଁ ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ECI) ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମ୍ମିଳନୀ ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ (IIIDEM) ରେ ଆରମ୍ଭ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର ଏସ ଗୋପାଳନ (ଭା. ପ୍ର. ସେ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ମଧ୍ୟ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ନିର୍ବାଚନ ଆୟୋଗ ଦେଶବ୍ୟାପୀ ବିଶେଷ ସଘନ ସଂଶୋଧନ (SIR) ଅଭ୍ୟାସ ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟର ପ୍ରସ୍ତୁତି ମୂଲ୍ୟାଙ୍କନ କରିଥିଲେ।ସେପ୍ଟେମ୍ବର ୧୦, ୨୦୨୫ ରେ ଅନୁଷ୍ଠିତ ବିଶେଷ ସଘନ ସଂଶୋଧନ (SIR) ପ୍ରସ୍ତୁତି ସମ୍ମିଳନୀ ଅନୁରୂପ ଏହି ସମ୍ମିଳନୀ ଆୟୋଜିତ ହୋଇଛି, ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୂର୍ବବର୍ତ୍ତୀ SIR ଅନୁଯାୟୀ ଭୋଟରଙ୍କ ସଂଖ୍ୟା, ଶେଷ SIR ର ଯୋଗ୍ୟତା ତାରିଖ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଶେଷ SIR ଅନୁଯାୟୀ ବର୍ତ୍ତମାନର ଭୋଟରମାନଙ୍କୁ ପୂର୍ବ ଭୋଟର ମାନଙ୍କ ଅନୁଯାୟୀ ମାନଚିତ୍ରଣ କରିବା ପାଇଁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ହୋଇଥିବା ଅଗ୍ରଗତିକୁ ଆୟୋଗ ମୂଲ୍ୟାଙ୍କନ କରିଥିଲେ।ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀ (DEO), ନିର୍ବାଚକ ପଞ୍ଜୀକରଣ ଅଧିକାରୀ(ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO), ବୁଥ-ସ୍ତରୀୟ ଅଧିକାରୀ (BLO) ଏବଂ ବୁଥ-ସ୍ତରୀୟ ପ୍ରତିନିଧି (BLA) ମାନଙ୍କର ନିଯୁକ୍ତି ଏବଂ ତାଲିମର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking