ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଓଉଖମା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଦୁଃଖଦ ଘଟଣା l ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ରେଙ୍ଗାଲି କେନାଲରେ ଆଜି ସନ୍ଧ୍ୟାରେ ଦୁଇ ଭାଇ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି l ମୃତକ ଦୁଇଜଣ ହେଲେ ଓଉଖମା ଗ୍ରାମର ଲାଲା ସାହୁଙ୍କ ଦୁଇପୁଅ ଓମ (୧୭) ଓ ସୋମ (୧୫) l ତେବେ କୌଣସି କାରଣରୁ ସାନଭାଇ କେନାଲରେ ଖସିପଡ଼ି ଭାସି ଯାଉଥିବାରୁ ତାକୁ ବଡ଼ଭାଇ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ l ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ l ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ l ମୃତକ ଓମ ଢେଙ୍କାନାଳ ସିନର୍ଜି ଇଞ୍ଜିନିଅରିଂ କଲେଜରେ ଛାତ୍ର ଥିଲେ। ସୋମ ସ୍ଥାନୀୟ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ l