27.1 C
Bhubaneswar
Thursday, March 19, 2026
Homeଓଡିଶାବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ

ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ

ଭଞ୍ଜନଗର : ବିଜେଡିର ଆଜି ତା’ର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଦୁଇ ଜଣ ବ୍ଲକ୍ ଅଧ୍ୟକ୍ଷ। ସେମାନେ ହେଉଛନ୍ତି ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ ନରିସଭା ନାଇକ ଓ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାରୀ। ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ପ୍ରଧାନ ବି ବିଜେପିରେ ମିଶିଛନ୍ତି। ଭଞ୍ଜନଗର ଫରେଷ୍ଟ ବଙ୍ଗଳାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ନରିସଭା ନାଇକଙ୍କ ସହିତ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।

ବିଜେପିରେ ଯୋଗ ଦେବା ପରେ ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ ନରିସଭା ନାଇକ କହିଛନ୍ତି, ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ଯେଉଁ ପ୍ରକାର କାର୍ଯ୍ୟ କରୁଛି, ସେଥିରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ଭଞ୍ଜନଗର ପଞ୍ଚାୟତ ସମିତିକୁ ଏକ ବିକଶିତ ଅଞ୍ଚଳରେ ପରିଣତ କରିବା ଦିଗରେ ମୁଁ କାର୍ଯ୍ୟ କରିବି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking