କନ୍ଧମାଳ: କନ୍ଧମାଳ ଜିଲ୍ଲାର ନିଛାଟିଆ ରାସ୍ତାରେ ମଧ୍ୟ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ଅଧୀନରେ ଥିବା ତଳ ଶ୍ରୀଗୁଣ ଗାଁ ନିକଟରେ ଦୁଇଟି ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଫୁଲବାଣୀ ସଦର ଥାନା ଦଡକି ପଞ୍ଚାୟତ ରାମାଡି ଗ୍ରାମର ବିନୋଦ ବିନ୍ଧାଣୀ । ସେହିଭଳି ଆହତ ଦୁଇଜଣ ଦୁଇ ଭାଇ ବୁନ୍ଦୁଲି ଗ୍ରାମରେ ବୋଲି ଜଣାପଡ଼ିଛି । ଦୁଇ ଆହତଙ୍କୁ ସ୍ଥାନିୟ ଲୋକେ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି । ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବିନୋଦ ନିଜ ଶଢୁ ଘର ଶ୍ରୀଗୁଣୀ ଗ୍ରାମରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଯାଉଥିବା ଏହି ଦୁଇ ଭାଇଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।










