29.1 C
Bhubaneswar
Tuesday, March 17, 2026
Homeଓଡିଶାଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ

ସୋନପୁର: ସୋନପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୩ଜୀବନ । ଗତ ସନ୍ଧ୍ୟାରେ ସୋନପୁର ହିଲୁଙ୍ଗ ଛକ ନିକଟରେ ଘଟିଥିଲା ଅଘଟଣ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଛକ ନିକଟରେ ଘଟିଥିଲା ଏହି ଅଘଟଣ । ଆଜି ଆଉ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ବଡ଼ମାଳ ଗାଁର ଅଗସ୍ତି ଭୋଇ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇ ଜଣ ବୁର୍ଲା ବଡ଼ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ବୀରମହାରାଜପୁରରୁ ଅମରପାଲି ରାସ୍ତାରେ ହିଲୁଙ୍ଗ ଛକ ନିକଟରେ ଉଭୟ ପଟୁ ଆସୁଥିବା ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking