27.1 C
Bhubaneswar
Sunday, February 22, 2026
Homeଓଡିଶାକାର ଧକ୍କାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

କାର ଧକ୍କାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଭାଲୁକି ଗାଆଁ ଛକ ନିକଟରେ କାର ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ ଅମିତ କୁମାର ନାଏକ ଓ ବିଶ୍ୱନାଥ ନାଏକ । ଏକ ସାମାଜିକ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ତାଳଚେର ଆଡୁ ଏକ କାର ଦୁଇ ବାଇକ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅମିତ କୁମାର ନାଏକଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶ୍ୱନାଥ ନାଏକଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ପଠାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖମାର ଥାନା ପୋଲିସ ଉଭୟ କାର ଏବଂ ମୋଟର ସାଇକେଲ ଓ ଦୁଇ ଜଣଙ୍କ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଖମାର ଡାକ୍ତରଖାନା ପରିସର ଏବଂ ତାମ୍ବୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking