21.1 C
Bhubaneswar
Wednesday, December 17, 2025
Homeଓଡିଶାଦୁଇ ଗୋ ମାଂସ ବେପାରୀ ଗିରଫ

ଦୁଇ ଗୋ ମାଂସ ବେପାରୀ ଗିରଫ

ମୟୁରଭଞ୍ଜ: ଲୋକଙ୍କ ହାତରେ ଧରାପଡ଼ି ବୋହେ ଛେଚା ଖାଇଲେ ଦୁଇ ଗୋ ମାଂସ ବେପାରୀ । ହିନ୍ଦୁ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ଦୁଇ ଗୋ ମାଂସ ବେପାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସନାତନି ହିନ୍ଦୁ ସମ୍ପ୍ରଦାୟ ଗୋରୁକୁ ଗୋ ମାତା ଭାବେ ପୂଜା କରି ଆସୁଥିବା ବେଳେ ଲୋକଙ୍କ ଅଜାଣତରେ ଗୋ ମାଂସ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରି ମାଂସ ପ୍ରିୟ ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇ ଥିବାରୁ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡି ଅଞ୍ଚଳରେ ।ଦୁଇଜଣ ଗୋ ମାଂସ ବେପାରୀକୁ ଧରି ନିସ୍ତୁକ ଛେଚିଛନ୍ତି ଗ୍ରାମବାସୀ l

ସୂଚନାଯୋଗ୍ୟ ଆଜି ମଙ୍ଗଳବାର ମୋରଡା ବ୍ଲକ ଅଧୀନ ବାରମାଇଲ ଇଦର ଗ୍ରାମର ପିତାମ୍ବର ମୁଖୀ ଏବଂ ମୋହନପୁର ଗ୍ରାମର ସୁନାରାମ ମୁର୍ମୁ ନାମକ ଦୁଇଜଣ ଗୋ ମାଂସ ବେପାରୀ ଏକ ବାଇକ ଯୋଗେ ୩୮ କେଜି ଗୋମାଂସ ବାଲେଶ୍ଵର ଜିଲ୍ଲାର ବସ୍ତାରୁ ବାରମାଇଲକୁ ଆଣୁଥିବା ସମୟରେ ଭୋର ୫ଟା ୩୦ ମିନିଟ ସମୟରେ ଚିତ୍ରଡା ପାଟପୁର ଛକରୁ ବଜରଙ୍ଗ ସେନାର ସଦସ୍ୟମାନେ ପିଛା କରି ମାଗାଦ ବନ୍ଧ ପୋଲ ନିକଟରେ କାବୁ କରିଥିଲେ ।ତେବେ ଏହି ଘଟଣାକୁନେଇ ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ସୃଷ୍ଟି କରିଥିଲା ।ବେଳେ ଗୋ ମାଂସ ବେପାରୀ ବ୍ୟବହାର କରିଥିବା ଏକ ବାଇକକୁ ସ୍ଥାନୀୟ ଲୋକେ ଭାଙ୍ଗିଥିଲେ l ପରେ ଦୁଇ ବେପାରୀଙ୍କ ପେଣ୍ଟ ସାର୍ଟ ଖୋଲି ମୁଁହ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ଶୀର୍ଷାପାଳ ଛକକୁ ନେଇଥିଲେ l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରି ପରେ ଦୁଇ ଗୋ ମାଂସ ବେପାରୀଙ୍କୁ ମୋରଡା ଥାନାକୁ ନେଇ ଆସିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking