21.1 C
Bhubaneswar
Saturday, February 7, 2026
Homeଓଡିଶାଦୁଇଟି ଏଟିଏମ୍ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଦୁଇଟି ଏଟିଏମ୍ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ବୌଦ୍ଧ : ଦୁଇଟି ଏଟିଏମ୍ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ। ବୌଦ୍ଧ ଥାନା ବଢିଗାଁ ଏବଂ ବୀରନରସିଂହପୁର ଏସବିଆଇ ଏଟିଏମରୁ ସିରିଜ୍ ଲୁଟ୍ ହୋଇଛି। ଦୁଇଟି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୂତାବକ ମଙ୍ଗଳବାର ବିଳମ୍ବିତ ରାତିରେ ବଢିଗାଁ ଏବଂ ବୀରନରସିଂହପୁରରେ ଥିବା ଏସ୍‌ବିଆଇ ଏଟିଏମ ଭାଙ୍ଗି କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ। ଲୁଟ୍ କରିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଏଟିଏମ୍ ଲୁଟ୍ ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ କେତେ ଟଙ୍କା ଲୁଟ୍ ହୋଇଛି , ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking