23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କୋଟଗଡ଼ ଓ ବେଲଘର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିବା ବେଳେ ମାସିକ ଋତୁସ୍ରାବ ତଦାରଖ ସମୟରେ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ଚିହ୍ନଟ ହୋଇଥିଲା। ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା। ଉଭୟ ଛାତ୍ରୀ କୋଟଗଡ଼ ଓ ବେଲଘର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।ଏହାକୁ ଆଧାର କରି କୋଟଗଡ଼ ଥାନାରେ ମାମଲା ନମ୍ବର ୧୦୩/୨୫ ଓ ବେଲଘର ଥାନାରେ ମାମଲା ନମ୍ବର ୬୪/୨୫ ରୁଜୁ ହୋଇଛି। ବେଲଘର ପୋଲିସ ଏକ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ ଚିହ୍ନଟ କରିଥିବା ସୂଚନା ମିଳିଛି। ତଦନ୍ତ ଜାରି ରହିଛି।ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ନାବାଳିକା ଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷା ପ୍ରତିଷ୍ଠାନରେ ନିରାପତ୍ତା ଉପରେ ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking