ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅସୁରକ୍ଷିତ ହୋଇପଡିଛି । ସାତକୋଶିଆ ଅଭୟାରଣ୍ୟ ପାମ୍ପସର ବନାଞ୍ଚଳ କୁଲାଙ୍ଗୀ ଗାଁରେ ବିଦ୍ୟୁତ ଆଘାତରେ ଆଜି ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି । ଚାଷ ଜମି ପାଶ୍ୱର୍ରେ ଗତକାଲି ରାତିରେ ବିଦ୍ୟୁତ ତାର ବିଛା ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ହାତୀଟି ଟଳିପଡିଥିଲା । ଆଜି ଘଟମା ସାମ୍ନାକୁ ।ସିବା ପରେ ବନ କର୍ମଚାରୀଙ୍କ ସହିତ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନା ଯୋଗ୍ୟ ଗତ ୧୩ ତାରିଖରେ ଟିକରପଡା ବନାଞ୍ଚଳ ବେହେରା ସାହି ନିକଟରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ସେହିପରି ଗତ ମାର୍ଚ୍ଚ ମାସ ୨୩ ତାରିଖରେ ଏକ ପାମ୍ପସର ବନାଞ୍ଚଳ ଏକ ଦନ୍ତା ମାରିଥିଲେ । ଅନ୍ୟ ପକ୍ଷରେ ବିଦ୍ୟୁତ କରେଣ୍ଟ ଦେଇ ହାତୀ ମାରିଥିବା ଅଭିଯୋଗରେ ବନ ବିଭାଗ ଆଜି କୁଲାଙ୍ଗ ଗାଁର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।










