26.1 C
Bhubaneswar
Tuesday, October 8, 2024
Homeଅପରାଧତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ଯୁବତୀଙ୍କୁ ନିର୍ମମ ହତ୍ୟା ପରେ ଆତ୍ମହତ୍ୟା କଲା ପ୍ରେମିକ

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ଯୁବତୀଙ୍କୁ ନିର୍ମମ ହତ୍ୟା ପରେ ଆତ୍ମହତ୍ୟା କଲା ପ୍ରେମିକ

କେନ୍ଦୁଝର: ଗତ ୪ ତାରିଖ ଦିନ ମଧ୍ୟାହ୍ନରେ କେନ୍ଦୁଝର ସହର ଶଙ୍କର ଗଳି ପବିତ୍ରଡିହାରେ ଜଣେ ଯୁବତୀଙ୍କୁ କଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହାକୁ ନେଇ କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ନାମ ମନୋରମା ବେହେରା(୨୦) ଓ ସେ ବାପା ରବିନ୍ଦ୍ର ବେହେରା,ମା’ ସତ୍ୟଭାମା ବେହେରା ଏବଂ ସାନ ଭଉଣୀଙ୍କ ସହ ଭଡା ଘରେ ସେଠାରେ ରହୁଥିଲେ । ହତ୍ୟା ଘଟଣା ଦିନ ତାଙ୍କ ବାପା ମା’ ଲାବଣ୍ୟଛକରେ ଛତୁ ବିକ୍ରୀ ପାଇଁ ପ୍ରତ୍ୟେକ ଦିନ ପରି ଯାଇଥିଲେ ଏବଂ ସାନ ଭଉଣୀ ମାନସୀ ବେହେରା କଲେଜ ଯାଇଥିବାବେଳେ ମନୋରମା ଏକୁଟିଆ ଘରେ ଥିଲେ । ମାନସୀ କଲେଜ ରୁ ଫେରିବା ପରେ ଘର ବାହାରପଟୁ ବନ୍ଦ ଥିବା ଦେଖିଥିଲେ । ଘର ଛରକା ପଟୁ ତାଙ୍କ ଭଉଣୀର ମୃତ ଦେହ ଦେଖି ବାପା,ମାଆ ଙ୍କୁ ଜଣାଇଥିଲେ ।

ପରେ ବାପା-ମା ଘରେ ପହଁଚି ଝିଅର ତଣ୍ଟି କଟା ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ମୁହଁ ମାଡି ତଳେ ପଡିଥିବା ଦେଖି ଟାଉନ ପୋଲିସକୁ ସୂଚନା ଦେଇଥିଲେ । ସାନ ଭଉଣୀ ମାନସୀ ବେହେରା ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ ମୃତ ଦେହ ଉଦ୍ଧାର କରି ସାଇନଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ନିଜେ ଟାଉନଥାନା ଅଧିକାରୀ ବିଭତ୍ସ ପ୍ରଧାନ ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ । ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ଏକ ଅଟୋରେ ସେ ପଳାଇଥିଲା । ତଦନ୍ତ ବେଳେ ଅଜୟ ସାହୁ(୨୪) ତାଙ୍କ ଘରକୁ ନିୟମିତ ଆସୁଥିବାବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଥାନା ଡଳଙ୍ଗ ଗାଁର ବୋଲି ଜଣାପଡିଥିଲା । ପୋଲିସ ତଦନ୍ତ ସମୟରେ ୪ ତାରିଖ ଦିନ ବିଳମ୍ବିତ ରାତିରେ ଝାରସୁଗୁଡା ରେଳବାଇ ପୁଲିସ ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ପାଇଥିଲା । ମାନସିକ ଚାପଗସ୍ତ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏହାକୁ ନେଇ ଆଜି ଆରକ୍ଷୀ ଅଧିକ୍ଷକ ନିତିନକୁଲକର ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି । ଅଜୟଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଯୁବତୀର ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଯୁବତୀଙ୍କ ଅନ୍ୟ ଜଣେ ଯୁବକର ପ୍ରେମ ସମ୍ପର୍କର ବହୁ ବର୍ଷର୍ ଧରି ଥିଲା । ଯାହାକୁ ଅଜୟ ସବୁବେଳେ ସନ୍ଦେହ କରୁଥିଲା । ସେ ଅନୁଗୁଳରୁ ଚାକିରୀ ଛାଡି କେନ୍ଦୁଝରରେ ତାଙ୍କ ସମ୍ପର୍କୀୟ ଘରେ ରହୁଥିଲେ । ଘଟଣା ଦିନ ସେ ଉଭୟଙ୍କୁ ଦେଖି ଉତ୍‌କ୍ଷୀପ୍ତ ହୋଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି । ଘଟଣା ସମୟରେ କେହି ଉପସ୍ଥିତ ନଥିବାରୁ ଏ ନେଇ ସ୍ପଷ୍ଟ ଜଣାପଡିନାହିଁ । ମୃତ ଅଜୟଙ୍କ ସହ ମନୋରମାର ୪ ବର୍ଷ ଧରି ସମ୍ପର୍କ ରହି ଆସିଥିବା ମୋବାଇଲ ସିଡିଆର୍ ଯାଂଚ ବେଳେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking