33.1 C
Bhubaneswar
Monday, March 30, 2026
Homeଦେଶ ବିଦେଶତୁର୍କୀ-ଆମେରିକୀୟ ମହିଳାଙ୍କୁ ଗୁଳିକଲା ଇସ୍ରାଏଲ୍ ସେନା

ତୁର୍କୀ-ଆମେରିକୀୟ ମହିଳାଙ୍କୁ ଗୁଳିକଲା ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ : ଜେନିନ୍ ଠାରେ ଇସ୍ରାଏଲ୍ ସେନା ପକ୍ଷରୁ କରାଯାଇଥିବା ୧୦ ଦିନିଆ ରେଡ୍ ଏବଂ ଏହି ସମୟରେ ଇସ୍ରାଏଲ୍ ସେନା ଦ୍ୱାରା କରାଯାଇଥିବା ଅନେକ ଗିରଫଦାରୀ ତଥା ଗୁଳିମାଡ ଘଟଣାକୁ ବିରୋଧ ତଥା ହମାସ୍‌କୁ ଟାର୍ଗେଟ୍ ଆଳରେ ଗାଜା ଷ୍ଟ୍ରିପ୍‌ରେ ନୀରିହ ଜନସାଧାରଣଙ୍କୁ ହତ୍ୟାର ପ୍ରତିବାଦ କରି ୱେଷ୍ଟବ୍ୟାଙ୍କ୍ ଠାରେ ସ୍ଥାନୀୟ ଲୋକଙ୍କ ବିରୋଧ ତଥା ପ୍ରତିବାଦ ଶୋଭାଯାତ୍ରା ଜାରି ରହିଛି। ଏହି ଶୋଭାଯାତ୍ରା ସମୟରେ ଇସ୍ରାଏଲ୍ ସେନା (ଆଇଡିଏଫ୍‌) ଜଣେ ତୁର୍କୀ-ଆମେରିକୀୟ ମହିଳା ତଥା ଅନ୍ତର୍ଜାତୀୟ ସଲିଡାରିଟି ମୁଭମେଣ୍ଟ (ଆଇଏସଏମ) ର ସଦସ୍ୟଙ୍କୁ ଗୁଳି କରିଥିବା ଏବଂ ଗୁଳିଟି ମହିଳାଙ୍କ ମୁଣ୍ଡରେ ବାଜିବାରୁ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୬ ବର୍ଷ ବୟସ୍କ ତୁର୍କୀ-ଆମେରିକୀୟ କାର୍ଯ୍ୟକର୍ତ୍ତା ଆଏସେନୁର ଏଜ୍‌ଗି ଆଇଗି, ଶୁକ୍ରବାର ଦିନ ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ୟାଙ୍କ୍‌ର ବେଟା ସହରରେ ସମାଧାନ ବିରୋଧୀ ବିକ୍ଷୋଭରେ ଭାଗ ନେଉଥିବା ବେଳେ ତାଙ୍କୁ ଇସ୍ରାଏଲ୍ ସେନା ପକ୍ଷରୁ ଗୁଳି କରି ହତ୍ୟା କରାଯାଇଛି।
ତୁର୍କୀ ଏହି ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ଏହି କାର୍ଯ୍ୟକୁ ବର୍ବରୋଚିତ ବୋଲି କହିଛି। ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ୍ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଇସ୍ରାଏଲ୍ ସରକାରଙ୍କ ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷେ ଆମେରିକା ମଧ୍ୟ ଏହି ଘଟଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କହିଛି। ହ୍ୱାଇଟ୍ ହାଉସର ପ୍ରେସ ସଚିବ କରାଇନ୍ ଜାନ-ପିଆର କହିଛନ୍ତି ଯେ ଜଣେ ଆମେରିକୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁକୁ ନେଇ ଆମେରିକା ସରକାର ଅତ୍ୟନ୍ତ ମର୍ମାହତ। ଆମେରିକା ପକ୍ଷରୁ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସ୍ୱଚ୍ଛତା ଏବଂ କାର୍ଯ୍ୟାନୁଷ୍ଠାନକୁ ଅନୁରୋଧ କରାଯାଉଛି। ତେବେ କେବଳ ଆମେରିକା କିମ୍ବା ତୁର୍କୀ ନୁହେଁ ବରଂ ମିଳିତ ଜାତିସଂଘ ତଥା ଅନ୍ତର୍ଜାତୀୟ ସ୍ତରରେ ଇସ୍ରାଏଲ୍ ସେନାର ଏପ୍ରକାର ବର୍ବୋରୋଚିତ କାଣ୍ଡକୁ ତୀବ୍ର ନିନ୍ଦା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking