27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶପାକିସ୍ତାନ ଭଳି ‘ଜଳ ସଙ୍କଟ’ର ସମ୍ମୁଖୀନ ହେଉଛି ତୁର୍କୀ

ପାକିସ୍ତାନ ଭଳି ‘ଜଳ ସଙ୍କଟ’ର ସମ୍ମୁଖୀନ ହେଉଛି ତୁର୍କୀ

ନୂଆଦିଲ୍ଲୀ: ପାକିସ୍ତାନ ପାଣି ପାଇଁ ଚିନ୍ତିତ । ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପରିସ୍ଥିତି ଆହୁରି ଖରାପ ହେଉଛି। ଏପରି ପରିସ୍ଥିତିରେ, ସବୁବେଳେ ପାକିସ୍ତାନକୁ ‘ବନ୍ଧୁ’ ଭାବରେ ସମର୍ଥନ କରୁଥିବା ତୁର୍କୀ ଏବେ ନିଜେ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ତୁର୍କୀର ସବୁଠାରୁ ବଡ଼ ସହର ଇସ୍ତାନବୁଲର ଲୋକମାନଙ୍କୁ ଏବେ ବୁନ୍ଦାଏ ପାଣି ପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ । ଜୁନ୍ ୨୦୨୫ ଠାରୁ ଇସ୍ତାନବୁଲରେ ପାଣି ମହଙ୍ଗା ହେବାକୁ ଯାଉଛି । ଜଳ ଶୁଳ୍କରେ ସିଧାସଳଖ ୧୦% ବୃଦ୍ଧି ଘଟିଛି । ମୁଦ୍ରାସ୍ଫୀତିର ଶିକାର ହେଉଥିବା ତୁର୍କୀରେ, ଏବେ ମୁନ୍ଦାଏ ପାଣି ପାଇଁ ଲୋକଙ୍କ ପକେଟ ଖାଲି ହେବ ।

ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ପରିବାରକୁ ପ୍ରଭାବିତ କରିବ। ନୂତନ ଶୁଳ୍କ ଅନୁଯାୟୀ ପ୍ରଥମ ସ୍ଲାବରେ ଯେଉଁମାନେ ୧୫ ଘନ ମିଟର ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତି ସେମାନଙ୍କୁ ଏବେ ୪୨.୩୭ ଲିରା (ପ୍ରାୟ ୧.୦୯ ଡଲାର) ବଦଳରେ ପ୍ରତି ଘନ ମିଟର ପାଇଁ ୪୬.୬୨ ଲିରା ଦେବାକୁ ପଡିବ । ଏହି ସ୍ଲାବ ପ୍ରାୟ ୮୫% ଇସ୍ତାନବୁଲ ବାସିନ୍ଦାଙ୍କ ପାଇଁ ଲାଗୁ ହେବ । ତେବେ ଏକ ଘନ ମିଟର, ଏକ ହାଜର ଲିଟର ସହ ସମାନ । ସେହିପରି ଯେଉଁମାନେ ୧୬ରୁ ୩୦ ଘନ ମିଟର ପାଣି ବ୍ୟବହାର କରନ୍ତି ସେମାନଙ୍କୁ ଏବେ ୬୪.୫୮ ଲିରା ବଦଳରେ ୭୧.୦୪ ଲିରା ଏବଂ ଯେଉଁମାନେ ୩୧ ଘନ ମିଟରରୁ ଅଧିକ ପାଣି ବ୍ୟବହାର କରନ୍ତି ସେମାନଙ୍କୁ ୯୩.୪୦ ଲିରା ପରବର୍ତ୍ତେ ୧୦୨.୭୫ ଲିରା ଦେବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking