30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶରୁଷିଆ ଭୂକମ୍ପ ପରେ ଆଉ ୪୪ ଦେଶରେ ଆସିପାରେ ସୁନାମି

ରୁଷିଆ ଭୂକମ୍ପ ପରେ ଆଉ ୪୪ ଦେଶରେ ଆସିପାରେ ସୁନାମି

ନୂଆଦିଲ୍ଲୀ: ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାମିର ତରଙ୍ଗ ୪ ମିଟର ପର୍ଯ୍ୟନ୍ତ ହୋଇପାରେ। ସୁନାମିର ତରଙ୍ଗ ପୂର୍ବରୁ ରୁଷିଆର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ଉତ୍ତର ଦ୍ୱୀପ ହୋକାଇଡୋର କିଛି ଅଂଶରେ ପହଞ୍ଚିସାରିଛି। ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଏହି ଭୂକମ୍ପର ପ୍ରଭାବରେ ରୁଷିଆ, ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜରେ ୩ ମିଟରରୁ ଅଧିକ ଉଚ୍ଚତାର ଲହଡ ଆସିପରେ ବୋଲି ଅନୁମାନ କରାଯାଇଛି। ଇକ୍ୱେଡର, ଚିଲି, କୋଷ୍ଟାରିକା, ଫରାସୀ ପଲିନେସିଆ, ଗୁଆମ, ହାୱାଇ, ଜାପାନ, ଜାର୍ଭିସ ଦ୍ୱୀପ, ଜନଷ୍ଟନ ଆଟଲ, କିରିବାଟି, ମିଡୱେ ଦ୍ୱୀପ, ପାଲମିରା ଦ୍ୱୀପପୁଞ୍ଜ, ପେରୁ, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜରେ ୧ ରୁ ୩ ମିଟର ଉଚ୍ଚତାର ସୁନାବି ଆସିବାର ସମ୍ଭବନା ରହିଛି।

ମିଟର ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଚୁକ, କଲମ୍ବିଆ, କୁକ ଦ୍ୱୀପପୁଞ୍ଜ, ଏଲ ସାଲଭାଡୋର, ଫିଜି, ଗୁଆଟେମାଲା, ହାଓଲାଣ୍ଡ ଏବଂ ବେକର ଦ୍ୱୀପପୁଞ୍ଜ, ଇଣ୍ଡୋନେସିଆ, କେରମାଡେକ ଦ୍ୱୀପପୁଞ୍ଜ, କୋସରେ, ମାର୍ଶାଲ ଦ୍ୱୀପପୁଞ୍ଜ, ମେକ୍ସିକୋ, ନାଉରୁ, ନ୍ୟୁ କାଲେଡୋନିଆ, ନ୍ୟୁଜିଲ୍ୟାଣ୍ଡ, ନିୟୁ, ଉତ୍ତର ମାରିଆନା ଦ୍ୱୀପପୁଞ୍ଜ, ପାଲାଉ, ପାନାମା, ପପୁଆ ନ୍ୟୁ ଗିନି, ଫିଲିପାଇନ୍ସ, ପିଟକେର୍ଣ୍ଣ ଦ୍ୱୀପପୁଞ୍ଜ, ପୋହନପେଇ, ତାଇୱାନ, ଟୋକେଲାଉ, ଟୋଙ୍ଗା, ଟୁଭାଲୁ, ଭାନୁଆଟୁ, ୱେକ ଦ୍ୱୀପପୁଞ୍ଜ, ୱାଲିସ ଏବଂ ଫୁଟୁନା, ଆମେରିକୀୟ ସାମୋଆ, ୟାପ ଆଦିରେ ୦.୩ରୁ ୧ ମିଟର ଉଚ୍ଚତାର ସୁନାମି ଆସିପାରେ। ସେହିପରି ବ୍ରୁନେଇ, ଚାଇନା, ଉତ୍ତର କୋରିଆ (ଡିପିଆରକେ), ମାଲେସିଆ, ଦକ୍ଷିଣ କୋରିଆ (କୋରିଆ ଗଣରାଜ୍ୟ), ଭିଏତନାମରେ ୦.୩ ମିଟରରୁ କମଉଚ୍ଚତାର ସୁନାମି ଆସିପାରେ ବୋଲି ଅନୁମାନ କରାଯାଇଛି। ତେବେ ଭାରତ ପାଇଁ ସୁନାମି ଭୟ ନ ଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking