29.1 C
Bhubaneswar
Friday, April 18, 2025
Homeଦେଶ ବିଦେଶତେଲିଆ ଚର୍ମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ଆପଣାନ୍ତୁ

ତେଲିଆ ଚର୍ମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ଆପଣାନ୍ତୁ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦିଏ । ଯଦି ଚର୍ମ ଶୁଷ୍କ ଥାଏ ତେବେ ଏହା ଭିନ୍ନ କଥା କିନ୍ତୁ ଯଦି ଚର୍ମ ତେଲିଆ ଥାଏ ତେବେ ସମସ୍ୟା ଆହୁରି ବଢିଯାଏ । ତଥାପି ଯଦି ଚର୍ମର ଉପଯୁକ୍ତ ଯତ୍ନ ନିଆଯାଏ, ତେବେ ଗ୍ରୀଷ୍ମ ଋତୁରେ ମଧ୍ୟ ଚର୍ମକୁ ସୁସ୍ଥ ରଖାଯାଇପାରିବ । ଗ୍ରୀଷ୍ମ ଋତୁରେ ଦିନକୁ ଅତି କମରେ ଦୁଇଥର ମୁହଁ ଧୋଇବା ଉଚିତ । ଏଥିପାଇଁ ଏକ ହାଲୁକା କ୍ଲିଞ୍ଜର ବ୍ୟବହାର କରନ୍‌ତୁ ଯାହା ଦ୍ୱାରା ଚର୍ମରୁ ଅତିରିକ୍ତ ତେଲ ବାହାର କରାଯାଇପାରିବ । ଚର୍ମକୁ ଆର୍ଦ୍ର ରଖିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ଆପଣଙ୍କ ଚର୍ମ ତେଲିଆ ତେବେ ତେଲ ମୁକ୍ତ କିମ୍ବା ଜେଲ ଭିତ୍ତିକ ମଇଶ୍ଚରାଇଜର ବାବହାର କରନ୍ତୁ ।

ଖରାରେ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ୍ ନିଶ୍ଚୟ ଲଗାନ୍ତୁ । ଏଥିପାଇଁ ଅତି କମରେ ଏସ୍‌ପିଏଫ୍ ୩୦ ଥିବା ସନସ୍କ୍ରିନ୍ ବ୍ୟବହାର କରନ୍ତୁ । ସପ୍ତାହରେ ଅତି କମରେ ଦୁଇଥର ଆପଣଙ୍କ ତ୍ୱଚାକୁ ଏକ୍ସଫୋଲିଏଟ୍ କରନ୍ତୁ । ଏହା ମୃତ ଚର୍ମ ଏବଂ ଅତିରିକ୍ତ ତେଲ ବାହାର କରିବାରେ ସାହାଯ୍ୟ କରେ । ସପ୍ତାହରେ ଦୁଇଥର ଫେସ୍ ମାସ୍କ ବ୍ୟବହାର କରନ୍ତୁ । ଏଥିପାଇଁ ବେସନ, ମୁଲତାନି ମାଟି କିମ୍ବା ଚନ୍ଦନ ଭଳି ପ୍ରାକୃତିକ ଫେସ୍ ପ୍ୟାକ୍ ବ୍ୟବହାର ଲାଭଦାୟକ ହେବ । ଆପଣଙ୍କ ଖାଦ୍ୟପେୟର ବିଶେଷ ଧ୍ୟାନ ଦିଅନ୍ତୁ । ଭଜି, ଅତ୍ୟଧିକ ମିଠା ଏବଂ ମସଲାଯୁକ୍ତ ଖାଦ୍ୟ ପରିହାର କରନ୍ତୁ । ପ୍ରଚୁର ପାଣି ପିଅନ୍ତୁ ଏବଂ ଆପଣଙ୍କୁ ଖାଦ୍ୟରେ ତାଜା ଫଳ ଏବଂ ପନିପରିବା ସାମିଲ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking