ଭୁବନେଶ୍ୱର : ନବଦାସଙ୍କ ହତ୍ୟା ସମ୍ପର୍କରେ ଜୟନାରାୟଣ ମିଶ୍ର ବଡ ବୟାନ ରଖିଛନ୍ତି କହିଛନ୍ତି । ମୁଁ ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତକୁ ବିରୋଧ କରିଥିଲି । ବିଶ୍ୱାସ ନାହିଁ , ଏବେ ବି ବିରୋଧ କରୁଛି । ତଦନ୍ତ ରହସ୍ୟ ଉନ୍ମୋଚନ ପାଇଁ ନୁହେଁ , ଚପାଇବା ପାଇଁ ଥିଲା । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିପାରିବ କହିଛନ୍ତି ଜୟନାରାୟଣ । ନବଙ୍କ ଝିଅ କୋର୍ଟଙ୍କୁ ଲେଖିକି ଜଣାଇଲେ ପ୍ରକ୍ରିୟା ଆଗକୁ ବଢିବ ।