28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଟ୍ରମ୍ପଙ୍କ ୱାର ପ୍ଲାନ୍ ଲିକ୍‌

ଟ୍ରମ୍ପଙ୍କ ୱାର ପ୍ଲାନ୍ ଲିକ୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ କରାଯାଉଥିବା ଯୁଦ୍ଧ ଯୋଜନା ଲିକ୍ ହୋଇଯାଇଛି। ପ୍ରକୃତରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। କିନ୍ତୁ ଏହାକୁ ସିଗ୍‌ନାଲ ଗ୍ରୁପ୍ ଚାଟରେ ଶେୟାର କରାଯାଇଥିଲା। ଏହି ଗ୍ରୁପରେ ‘ଦି ଆଟଲାଣ୍ଟିକ୍‌’ ପତ୍ରିକାର ମୁଖ୍ୟ ସମ୍ପାଦକ ଜେଫ୍ରି ଗୋଲ୍ଡବର୍ଗ ମଧ୍ୟ ସାମିଲ ଥିଲେ। ତେବେ ଏହି ଘଟଣା ପାଇଁ ଏବେ ଟ୍ରମ୍ପ୍ ପ୍ରଶାସନକୁ ଦାୟୀ କରାଯାଉଛି।

ହ୍ୱାଇଟ୍ ହାଉସ୍ ମଧ୍ୟ ସ୍ୱୀକାର କରିଛି ଯେ୍ ସିଗନାଲ ଗ୍ରୁପ୍ ଚାଟରେ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ସାମ୍ବାଦିକ ଜେଫ୍ରି ଗୋଲ୍ଡବର୍ଗ ମଧ୍ୟ ସାମିଲ ଥିଲେ। ଏହାର ଅର୍ଥ ଲିକ୍ ହେବା ପାଇଁ ଗୋଲ୍ଡବର୍ଗଙ୍କୁ ଦାୟୀ କରାଯାଉଛି। ଅନ୍ୟପକ୍ଷେ ଗୋଲ୍ଡବର୍ଗ କିନ୍ତୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ଏକ ଅସୁରକ୍ଷିତ ଗ୍ରୁପ୍ ଚାଟରେ ଅତ୍ୟନ୍ତ ସମ୍ବେଦନଶୀଳ ଯୁଦ୍ଧ ଯୋଜନା ଶେୟାର କରିଥିଲା। ଏହି ଗୋଷ୍ଠୀରେ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ, ଉପାଧ୍ୟକ୍ଷ ଜେଡି ଭାନ୍ସ, ହ୍ୱାଇଟ ହାଉସ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ ୱାଲ୍ଜ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ସାମିଲ ଥିଲେ। ସାମ୍ବାଦିକ ଗୋଲ୍ଡବର୍ଗ ଏବିସି ନ୍ୟୁଜକୁ କହିଥିଲେ ଯେ ୱାଲ୍ଜ ନାମକ ଜଣେ ବ୍ୟକ୍ତି ଏହି ଗ୍ରୁପରେ ଯୋଗଦେବା ପାଇଁ ଅନୁରୋଧ ପଠାଇଥିଲେ। ପରେ, ସେହି ଗୋଷ୍ଠୀରେ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବାର ଯୋଜନା ଶେୟାର ହୋଇଥିଲା। ହ୍ୱାଇଟ୍ ହାଉସର ଅନ୍ୟ ଅଧିକାରୀଙ୍କ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking