20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବଢ଼ୁଛି ଟ୍ରମ୍ପଙ୍କ ଶୁଳ୍କ ଧମକ

ବଢ଼ୁଛି ଟ୍ରମ୍ପଙ୍କ ଶୁଳ୍କ ଧମକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବାରମ୍ବାର ଟାରିଫ୍ ଧମକ ମଧ୍ୟରେ, ଭାରତର ଏକ ବଡ଼ ଯୋଜନା କରୁଛି । ରପ୍ତାନିକାରୀଙ୍କୁ ସୁରକ୍ଷା ଦେବା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ କରୁଛି ଭାରତ । ଏହାଦ୍ୱାରା ‘ବ୍ରାଣ୍ଡ ଇଣ୍ଡିଆ\’କୁ ପ୍ରୋତ୍ସାହନ ମିଳିବା ସହ ଆମେରିକା ବଜାର ଉପରୁ ନିର୍ଭରଶୀଳତା ମଧ୍ୟ ଅନେକାଂଶରେ ହ୍ରାସ ପାଇବ । ସିଧାଅର୍ଥରେ କହିଲେ ଭାରତ ଏବେ ନିଜ ସ୍ୱାର୍ଥସୁରକ୍ଷା ଦିଗରେ ଏପରି ଏକ ବାଣିଜ୍ୟିକ ନୀତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଯାହାଦ୍ୱାରା ଭାରତର ବର୍ଦ୍ଧିତ ଟାରିଫ୍ ଦ୍ୱାରା କୌଣସି ସମସ୍ୟା ହେବନାହିଁ ବରଂ ଆମେରିକା ନିଜ ଗୋଡରେ ନିଜେ କୁରାଢ଼ୀ ମାରିବା ସଦୃଶ ସମସ୍ୟାରେ ପଡ଼ିବ ।

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ଏବଂ ବର୍ଦ୍ଧିତ ବିଶ୍ୱ ବାଣିଜ୍ୟ ଅନିଶ୍ଚିତତାଜନିତ ସାମ୍ପ୍ରତିକ ପରିବେଶରୁ ରପ୍ତାନିକାରୀଙ୍କୁ ସୁରକ୍ଷା ଦେବା ପାଇଁ ଆଗାମୀ ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଭାରତ ପକ୍ଷରୁ ନୂତନ ବ୍ୟାପକ ଯୋଜନା ଲାଗୁ କରାଯିବା ନେଇ ଆଶା କରାଯାଉଛି । ସରକାରଙ୍କ ରଣନୀତି ବିଶେଷ ଭାବରେ ପ୍ରାସଙ୍ଗିକ କାରଣ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ରପ୍ତାନିକାରୀଙ୍କୁ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୨୫% ଶୁଳ୍କକୁ ସମାଧାନ କରିବା ପାଇଁ ସ୍ୱଦେଶୀ ବ୍ରାଣ୍ଡ ବିକାଶ ଏବଂ ବଜାରୀକରଣ କରିବାକୁ ପରାମର୍ଶ ଦେଇଛି । ନୂତନ ରପ୍ତାନି ପ୍ରୋତ୍ସାହନ ମିଶନରେ ରପ୍ତାନି କ୍ରେଡିଟ୍ ପ୍ରବେଶକୁ ସରଳ କରିବା ଏବଂ ଆନ୍ତର୍ଜାତୀୟ ବଜାରରେ ଅଣ-ଶୁଳ୍କ ବାଧାଗୁଡ଼ିକୁ ସମାଧାନ କରିବା ଉପରେ କେନ୍ଦ୍ରିତ ବିଭିନ୍ନ ପଦକ୍ଷେପ ଅନ୍ତର୍ଭୁକ୍ତ ହେବ ବୋଲି ସୂତ୍ରରୁ ଜଣାପଡିଛି ।

ରିପୋର୍ଟ ଅନୁସାରେ ଏହି ନୂଆ କାର୍ଯ୍ୟକ୍ରମରେ ପାଞ୍ଚଟି ପ୍ରମୁଖ କ୍ଷେତ୍ର ଯେପରିକି ବାଣିଜ୍ୟ ଆର୍ôଥକ, ନିୟମାବଳୀ, ମାନଦଣ୍ଡ ଏବଂ ବଜାର ପ୍ରବେଶକୁ କଭର କରୁଥିବା ଅଣ-ବାଣିଜ୍ୟ ଆର୍ôଥକ, ବ୍ରାଣ୍ଡ ଇଣ୍ଡିଆର ମାନ୍ୟତାକୁ ସୁଦୃଢ଼ କରିବା, ଗୋଦାମ ସହିତ ଇ-କମର୍ସ ସୁବିଧା ଏବଂ ବାଣିଜ୍ୟ ସୁବିଧା ପଦକ୍ଷେପ ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ପଦକ୍ଷେପ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏକ ସହଯୋଗପୂର୍ଣ୍ଣ ପ୍ରୟାସ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜାପାନ, କୋରିଆ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶମାନଙ୍କ ପରି ଭାରତର ବିଶ୍ୱସ୍ତରୀୟ ଖ୍ୟାତି ବୃଦ୍ଧି କରିବା, ଏବଂ ଇ-କମର୍ସ କେନ୍ଦ୍ର ସ୍ଥାପନ ଏବଂ ଜିଲ୍ଲାଗୁଡ଼ିକୁ ରପ୍ତାନି ହବରେ ପରିଣତ କରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking