ଓ୍ବାସିଂଟନ : ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନା ପ୍ରସ୍ତୁତ ରହିଛି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଏପରିକି ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ଘୋଷଣା କରିସାରିଲେଣି । ଆହୁରି ମଧ୍ୟ ଟ୍ରମ୍ପଙ୍କ ସମର୍ଥକ ଏଲନ ମସ୍କ ମଧ୍ୟ ଏହି ଶାନ୍ତି ଯୋଜନାକୁ ସମର୍ଥନ କରିଛନ୍ତି ।ତେବେ ଟ୍ରମ୍ପ୍ ବିଚାର କରୁଥିବା ଅନେକ ଯୋଜନା ମଧ୍ୟରୁ ଏହା ଅନ୍ୟତମ। ଜାନୁଆରିରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରିବେ ବୋଲି କହିଛନ୍ତି।