32.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା : ଚଳିତ ସପ୍ତାହରେ ଶେଷହେବ ଗାଜା ଯୁଦ୍ଧ

ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା : ଚଳିତ ସପ୍ତାହରେ ଶେଷହେବ ଗାଜା ଯୁଦ୍ଧ

ଜେରୁଜେଲମ୍‌: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଗାଜାଷ୍ଟ୍ରିପ୍‌ରେ ହମାସ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଚଳିତ ସପ୍ତାହରେ ହିଁ ଶେଷ ହେବ। ଉଭୟ ହମାସ୍ ସଂଗଠନ ଏବଂ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି କରାଯିବା ନେଇ ସହମତି ହୋଇସାରିଛି ଏବଂ ଉଭୟ ଏହି ନୂଆ ଆଭିମୁଖ୍ୟକୁ ସ୍ୱାଗତ କରିବା ପୂର୍ବକ ହାତ ମିଳାଇଛନ୍ତି। ଏହି ଚୁକ୍ତି ଅନୁସାରେ ଇସ୍ରାଏଲ୍ ଗିରଫ କରିଥିବା ହମାସ୍ ଉଗ୍ରବାଦୀଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରିବ ଏବଂ ଅନ୍ୟପକ୍ଷେ ହମାସ୍ ମଧ୍ୟ ଇସ୍ରାଏଲୀୟ ବନ୍ଦୀଙ୍କୁ ପର୍ଯ୍ୟାୟକ୍ରମେ ଛାଡ଼ିବ। ରିପୋର୍ଟ ଅନୁସାରେ ଇସ୍ରାଏଲ୍ ପ୍ରଥମ ପର୍ଯ୍ୟାୟରେ ୧୫୦ରୁ ୨୦୦ ହମାସ୍ ଉଗ୍ରବାଦୀଙ୍କୁ ମୁକ୍ତ କରିବ ଅନ୍ୟପକ୍ଷେ ହମାସ୍ ପକ୍ଷରୁ ପ୍ରତିବଦଳରେ ୩୩ ବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଦୁଇପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଦ୍ୱିପାକ୍ଷିକ ଅସ୍ତ୍ରବିରତି ଆଲୋଚନା ଜାରି ରହିଥିବା ବେଳେ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ହୋଇଛି। ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍ ସେନା କରିଥିବା ଏୟାରଷ୍ଟ୍ରାଇକ୍‌ରେ ପ୍ରାୟ ୧୮ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ତେବେ ଏହି ଆକ୍ରମଣକୁ ନେଇ ହମାସ୍‌-ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତି ଆଲୋଚନା ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି। ଅପରପକ୍ଷେ ୟେମେନର ଇରାନ ସମର୍ôଥତ ହୁତି ବିଦ୍ରୋହୀମାନେ ମଙ୍ଗଳବାର କେନ୍ଦ୍ରୀୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଆକ୍ରମଣ କାରଣରୁ ସାଇରନ୍ ବାଜିଥିଲା ଏବଂ ଲୋକେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ଏଥିରେ ପ୍ରାଣହାନୀ ନେଇ କୌଣସି ଖବର ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking