18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ୱାଶିଂଟନ୍ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଇରାନ ଆଣବିକ ଚୁକ୍ତିକୁ ନେଇ ସହମତି ପ୍ରକାଶ କରିବ ନାହିଁ, ତେବେ ବୋମା ବର୍ଷିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏହା ସହିତ ଇରାନକୁ କଠୋର ଆର୍ଥିକ କଟକଣାର ସାମ୍ନା କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଏକ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି।

କିନ୍ତୁ ଯଦି ଇରାନ ଚୁକ୍ତିରେ ରାଜି ନ ହୁଏ, ତେବେ ବୋମା ବର୍ଷଣ କରାଯିବ। ଏହା ସହିତ ଆର୍ଥିକ ପ୍ରତିବନ୍ଧକ ଲାଗୁ ହେବ। ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୨୦୧୫ ଇରାନ ପରମାଣୁ ଚୁକ୍ତିରୁ ଆମେରିକାକୁ ପୃଥକ କରିଦେଇଥିଲେ। ଏହି ଚୁକ୍ତି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଉଥିଲା। ଟ୍ରମ୍ପଙ୍କ ପଦକ୍ଷେପ ଫଳରେ ଇରାନକୁ ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ମିଳିଥିଲା। ଏହା ପରେ ଟ୍ରମ୍ପ ଇରାନ ଉପରେ ପୁନର୍ବାର କଡ଼ା ପ୍ରତିବନ୍ଧକ ଲଗାଇବାରୁ ଇରାନର ଆର୍ଥିକ ସଙ୍କଟ ପୁଣି ଥରେ ବଢ଼ିଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking