28.1 C
Bhubaneswar
Saturday, July 26, 2025
Homeଦେଶ ବିଦେଶଇରାନକୁ ଧମକ ଦେଲେ ଟ୍ରମ୍ପ୍‌: ପରମାଣୁ ଅସ୍ତ୍ର ତିଆରି କଲେ ପୁଣି ଆକ୍ରମଣ

ଇରାନକୁ ଧମକ ଦେଲେ ଟ୍ରମ୍ପ୍‌: ପରମାଣୁ ଅସ୍ତ୍ର ତିଆରି କଲେ ପୁଣି ଆକ୍ରମଣ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣିଥରେ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଆମେରିକାର ଆକ୍ରମଣରେ ଇରାନର ପରମାଣୁ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି । ଏହାସତ୍ତ୍ୱେ ଇରାନ ଯଦି ଭବିଷ୍ୟତରେ ପୁଣି ପରମାଣୁ ଅସ୍ତ୍ର ତିଆରି କରିବାକୁ ଯୋଜନା କରେ ତେବେ ଏହା ଅନୁରୂପ ପରିଣାମ ଭୋଗିବ । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପେଟ୍ ହେଗସେଥଙ୍କ ମନ୍ତବ୍ୟ ପରେ ଟ୍ରମ୍ପ ଏପରି ଚେତାବନୀ ଦେଇଛନ୍ତି । ହେଗସେଥ କହିଥିଲେ ଯେ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ପରମାଣୁ ଅସ୍ତ୍ର ତିଆରି କରିବାକୁ ସକ୍ଷମ । ଇରାନର ପରମାଣୁ କେନ୍ଦ୍ର ଧ୍ୱଂସ ପାଇଯାଇଥିବା ସତ୍ତ୍ୱେ ଏହା ପରମାଣୁ ଅସ୍ତ୍ର ତିଆରି କରିବାକୁ ସକ୍ଷମ ।

ଆମେରିକା ଯେଉଁ ବଙ୍କର ବୁଷ୍ଟର (ପାତାଳ ଭେଦି) ବୋମା ମାଡ କରିଛି ସେଥିରେ ଇରାନର ଭୂପୃଷ୍ଠ ତଳେ ଥିବା ପରମାଣୁ କେନ୍ଦ୍ର ଧ୍ୱଂସ ପାଇଛି ସତ; ମାତ୍ର ଇରାନ ଏହାର ୟୁରାନିୟମ୍‌ସବୁକୁ ସ୍ଥାନାନ୍ତର କରି ନେଇଥିବାରୁ ଏହା ପୂନର୍ବାର ପରମାଣୁ ଅସ୍ତ୍ର ତିଆରି କରିବାକୁ ସକ୍ଷମ ହେବ । ଇରାନକୁ ପରମାଣୁ ଅସ୍ତ୍ର ତିଆରିରୁ ଦୂରେଇ ରଖିବା ଲାଗି ଆମେରିକା ଓ ଇସ୍ରାଏଲ ଯେଉଁ ଆକ୍ରମଣ କରିଛନ୍ତି ତାହା ବହୁତ ବିଳମ୍ବିତ ହୋଇଛି । ଇସ୍ରାଏଲ ଓ ଆମେରିକାର ସାମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ଇରାନ ସୂଚନା ପାଇବା ପରେ ୟୁରାନିୟମ୍ ସବୁକୁ ସ୍ଥାନାନ୍ତର କରି ନେଇ ଗୁପ୍ତରେ ମହଜୁଦ୍ ରଖିଛି । ଅନ୍ୟପଟେ ଇରାନ ମଧ୍ୟ ସ୍ୱୀକାର କରିଛି ଯେ, ଆମେରିକାର ଆକ୍ରମଣରେ ଏହାର ପରମାଣୁ କେନ୍ଦ୍ରଗୁଡିକ ବ୍ୟାପକ ଭାବେ ନଷ୍ଟ ହୋଇଛି । ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ଯେ, ଆମେରିକାର ବି-୨ ବମ୍ବର ଯୁଦ୍ଧବିମାନ ଯେଉଁ ପାତାଳ ଭେଦି ବୋମା ମାଡ କରିଛି ସେଥିରେ ପରମାଣୁ କେନ୍ଦ୍ରଗୁଡିକ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି । ରବିବାର ଆମେରିକା ଇରାନର ଫୋର୍ଡୋଓ, ନାତାଞ୍ଜା ଓ ଇସ୍ଫହାନ୍ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking