14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଭାରତକୁ ପୁଣି ଟାରିଫ୍ ଧମକ ଦେଲେ ଟ୍ରମ୍ପ୍‌

ଭାରତକୁ ପୁଣି ଟାରିଫ୍ ଧମକ ଦେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଭାରତକୁ ଧମକାଇବାକୁ ଚେଷ୍ଟା କରିଛନ୍ତି। ଟ୍ରମ୍ପ୍ କହିଛନ୍ତି, ଭାରତ ଯଦି ପୁଣିଥରେ ରୁଷ୍ ସହ ତୈଳ ବ୍ୟବସାୟକୁ ପୂର୍ବବତ୍ ବ୍ୟାପକ କରିବାକୁ ଚେଷ୍ଟା କରେ ତେବେ ସେ ଭାରତ ଉପରେ ବର୍ଦ୍ଧିତ ଟାରିଫ୍ (ଶୁଳ୍କ) ଲଗାଇବାକୁ ବାଧ୍ୟ ହେବେ। ତେବେ ଭାରତ ଯେଉଁ ଭୁଲ୍ କରିଚାଲିଥିଲା ତାହାକୁ ଏବେ ସୁଧାରି ସାରିଛି, ଆଗକୁ ଏପ୍ରକାର ଭୁଲ୍ ଆଉ ଭାରତ କଦାପି କରିବନି ବୋଲି ସେ ବିଶ୍ୱାସ କରୁଥିବା ଟ୍ରମ୍ପ୍ କହିଛନ୍ତି। ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ କହିବା ପରିପ୍ରେକ୍ଷୀରେ ଟ୍ରମ୍ପ୍ ଏପ୍ରକାର ପରୋକ୍ଷ ଧମକ ଦେଇଥିବା ଜଣାପଡିଛି।

ଟ୍ରମ୍ପ୍ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବିଚକ୍ଷଣ ତଥା ଜ୍ଞାନୀ ବ୍ୟକ୍ତିତ୍ୱ। ସେ ମୋଦୀଙ୍କୁ ‘ଗୁଡ୍ ଗାଏ’ ବା ଭଲ ମଣିଷ ବୋଲି ମଧ୍ୟ ଅଭିହିତ କରିଛନ୍ତି। ଟ୍ରମ୍ପ୍‌ଙ୍କ କହିବାନୁସାରେ ମୋଦୀ ଭଲଭାବେ ଜାଣିଥିଲେ ଯେ, ଭାରତର ବ୍ୟବସାୟିକ ସ୍ୱାର୍ଥ ପାଇଁ ତାଙ୍କୁ (ଟ୍ରମ୍ପ୍ ନିଜେ) ଖୁସି ରଖିବା ଅତ୍ୟନ୍ତ ଜରୁରି। କିନ୍ତୁ ରୁଷ୍ ଠାରୁ ତୈଳ କିଣିବା ପ୍ରକ୍ରିୟାକୁ ନେଇ ସେ (ଟ୍ରମ୍ପ୍ ନିଜେ) ଖୁସି ନାହାନ୍ତି। ଯାହାକି ଆମେରିକା ସହ ବାଣିଜ୍ୟ କରିବା ପରିପ୍ରେକ୍ଷୀରେ କଦାପି ମଙ୍ଗଳକାରୀ ନୁହେଁ। କାରଣ ଆମେରିକା ଭାରତ ଉପରେ ବହୁତ ଶୀଘ୍ର ବର୍ଦ୍ଧିତ ଶୁଳ୍କ ବୃଦ୍ଧି କରିପାରିବ, ଏବଂ ଏହା ସେମାନଙ୍କ (ଭାରତ) ପାଇଁ ବହୁତ ଖରାପ ହେବ। କେବଳ ଏହି କାରଣରୁ ଭାରତ ଏବେ ରୁଷ୍ ଠାରୁ ତୈଳ କିଣିବା ଅପେକ୍ଷାକୃତ କମ୍ କରିସାରିଛି, ଯାହାଦ୍ୱାରା ରୁଷ୍‌ର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ôଚଛି। ରୁଷ୍‌ର ଅର୍ଥନୀତି ଏବେ ଖରାପ ହୋଇପଡିଛି। ତେବେ ଏସବୁ ସମ୍ଭବ କେବଳ ତାଙ୍କ (ନିଜେ ଟ୍ରମ୍ପ୍‌) ପାଇଁ ହିଁ ସମ୍ଭବ ହୋଇପାରିଛି। ସେ ଭାରତ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁ କରିବାରୁ ଭାରତ ଏବେ ରୁଷ୍ ଠାରୁ ତୈଳ କିଣିବା ପ୍ରକ୍ରିୟାକୁ ସଂକୁଚିତ ବା ଏକରକମ ବନ୍ଦ କରିବାକୁ ବାଧ୍ୟ ହୋଇଛି। ତେବେ ଭାରତ ଯଦି ପୁନର୍ବାର ରୁଷ୍ ସହ ତୈଳ କାରବାରକୁ ବୃଦ୍ଧି କରେ ତେବେ ତାଙ୍କୁ ଭାରତ ଉପରେ ବର୍ଦ୍ଧିତ ଟାରିଫ୍ ଲାଗୁ କରିବାକୁ ଅଧିକ ସମୟ ଲାଗିବ ନାହିଁ।

ଟ୍ରମ୍ପ୍‌ଙ୍କ ଏପ୍ରକାର ପ୍ରଶଂସା ତଥା ଚେତାବନୀ ପୂର୍ଣ୍ଣ ଧମକକୁ ଭାରତ ଗୁରୁତର ସହ ଗ୍ରହଣ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଟ୍ରମ୍ପ୍‌ଙ୍କ ଏପ୍ରକାର ସଦ୍ୟତମ ଧମକ ଏପରି ଏକ ସମୟରେ ଆସିଛି ଯେତେବେଳେ କି ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଜାରି ରହିଛି। ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆମେରିକା ଏବେ ଚିନ୍ତା କରୁଛି। ଅନ୍ୟପକ୍ଷେ ଭାରତ ମଧ୍ୟ ଆମେରିକା ସର୍ତ୍ତ ଅନୁସାରେ ରୁଷ୍ ଠାରୁ କିଣୁଥିବା ତୈଳ ପରିମାଣକୁ ଅନେକାଂଶରେ କମ୍ କରିସାରିଛି। ଭାରତ କିନ୍ତୁ ଏସବୁ ମଧ୍ୟରେ ଆମେରିକା ସମ୍ମୁଖରେ ଦୁଇଟି ବଡ଼ ସର୍ତ୍ତ ରଖିଛି। ପ୍ରଥମଟି ହେଉଛି ଆମେରିକା ପକ୍ଷରୁ ଭାରତ ବିପକ୍ଷରେ ଲଗାଯାଇଥିବା ମୋଟ୍ ୫୦% ଶୁଳ୍କକୁ ହ୍ରାସ କରି ୧୫%କୁ ଖସାଇଆଣିବା ଏବଂ ରୁଷ୍ ଠାରୁ ତେଲ କିଣିବା ପାଇଁ ଆମେରିକା ଯେଉଁ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛି, ତାହାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking