33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆସନ୍ତା ସପ୍ତାହରେ ମୋଦୀଙ୍କୁ ଭେଟିବେ ବୋଲି କହିଲେ ଟ୍ରମ୍ପ

ଆସନ୍ତା ସପ୍ତାହରେ ମୋଦୀଙ୍କୁ ଭେଟିବେ ବୋଲି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଇଁ ଏଥର ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା-ଭାରତ ବାଣିଜ୍ୟିକ ସମ୍ପର୍କକୁ ଭାରତ ଅଧିକ ଅପବ୍ୟବହାର କରୁଛି। ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ ହେଲେ ଆମେରିକା-ଭାରତ ବାଣିଜ୍ୟିକ ସମ୍ପର୍କକୁ ଭାରତ ଅଧିକ ଅପବ୍ୟବହାର କରୁଛି ବୋଲି ସେ କହିଛନ୍ତି । ଆମଦାନୀ ଉପରେ ଭାରତ ଭାରି ଶୁଳ୍କ ଲାଗୁ କରୁଛି ବୋଲି ଦର୍ଶାଇ ଟ୍ରମ୍ପ ଜନତାଙ୍କୁ ଏଭଳି କହିଛନ୍ତି। ତେବେ ଟ୍ରମ୍ପ ମୋଦୀଙ୍କ କେଉଁଠି ଓ କିଭଳି ଭେଟିବେ ସେନେଇ କିଛି ସୂଚନା ଦେଇନାହାଁନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହେବ ବୋଲି ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ତେବେ ନଭେମ୍ବରରେ ମୋଦୀ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ୨୧ ସେପ୍ଟେମ୍ବରରେ ଆମେରିକାର ଡେଲାୱେରଠାରେ ଅଷ୍ଟ୍ରେଲିଆ, ଭାରତ ଏବଂ ଜାପାନର ନେତାଙ୍କ ସହ କ୍ୱାଡ୍‌‌ ଶିଖର ସମ୍ମିଳନୀରେ ମୋଦୀ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ସେ ଟ୍ରମ୍ପଙ୍କୁ ଭେଟିବା ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ଆମେରିକାରେ ବହୁ ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ବସବାସ କରୁଛନ୍ତି। ମୋଦୀଙ୍କୁ ଭେଟି ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରିବେ। କାରଣ କମଳା ହାରିସ୍‌‌ ଭାରତୀୟ ବଂଶୋଦ୍ଭବରୁ ନିର୍ବାଚନ ସମୟରେ ଭାରତୀୟଙ୍କ ସମର୍ଥନ ତାଙ୍କ ପ୍ରତି ରହୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking