ୱାଶିଂଟନ୍: ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।
ଭାରତୀୟ ସମୟ ସୋମବାର ରାତି ସାଢେ ୧୦ଟା ବେଳେ ୪୭ତମ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ। ଶପଥ ଗ୍ରହଣ ପାଇଁ ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ପହଞ୍ଚି ସାରିଛନ୍ତି । ସାଙ୍ଗରେ ସ୍ତ୍ରୀ ମେଲାନିଆ ଓ ପୁଅ ବାରନ ମଧ୍ୟ ଅଛନ୍ତି । ଆଜି ଶପଥ ଗ୍ରହଣ ପୂର୍ବରୁ ଚର୍ଚ୍ଚରେ ପ୍ରାର୍ଥନା କରିବା ପରେ ହ୍ୱାଇଟ ହାଉସରେ ପହଞ୍ଚିବେ । ସେଠାରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଯିବେ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ ରବର୍ଟ୍ସ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଶପଥ ପାଠ କରାଇବେ ।
ପ୍ରବଳ ଥଣ୍ଡା ଯୋଗୁଁ କ୍ୟାପିଟଲ ହିଲର ଇଣ୍ଡୋର ଅଡିଟୋରିୟମରେ ଶପଥ ଗ୍ରହଣ ସମାରୋହ ହେବ। ଭାରତ ସରକାରଙ୍କ ପକ୍ଷରୁ ଅତିଥି ଭାବେ ଯୋଗ ଦେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବିଶ୍ବବ୍ୟାପୀ ବହୁ ଅତିଥି ଯୋଗ ଦେଉଛନ୍ତି । ଆଜି ଅଫିସ ଗ୍ରହଣ କରିବା ପରେ ଟ୍ରମ୍ପ ୧୦୦ ଏଗଜେକୁଟିଭ ଅର୍ଡରରେ ଦସ୍ତଖତ କରିପାରନ୍ତି । ଆମେରିକାକୁ ପୁଣି ଥରେ ମହାନ କରି ଗଢ଼ି ତୋଳିବା ପାଇଁ, ଶପଥ ଗ୍ରହଣ କରିବେ ।