37.1 C
Bhubaneswar
Sunday, June 1, 2025
Homeଦେଶ ବିଦେଶଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ୍‌: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ପ୍ରଚଣ୍ଡ ପ୍ରହାର କରିଛି ଭାରତ । ‘ଅପରେସନ୍‌ ସିନ୍ଦୂର’କୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନ ସହ ତାଙ୍କ ସଂପର୍କ ଭଲ  । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବନ୍ଦ ହେଉ । ଦୁଇ ଦେଶ ଉତ୍ତେଜନା ନବଢାଇକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଯଦି ଏହି ପ୍ରସଙ୍ଗରେ ସେ କିଛି କରିପାରିବେ ତେବେ ନିଶ୍ଚୟ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ବୁଧବାର ବିଳମ୍ୱିତ ରାତିରେ ସଂସଦରୁ ଦେଶକୁ ସମ୍ୱୋଧନ କରି ପାକ୍‌ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭାରତ ମଙ୍ଗଳବାର ରାତିରେ ଯାହା କରିଛି, ତାର ଗମ୍ଭୀର ପରିଣତ ଭୋଗିବ । ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡିବ, ଏହି ବର୍ବରତା ପାଇଁ ଭାରତ ବଡ ମୂଲ୍ୟ ଦେବ ବୋଲି ଚେତାବନୀ ଦେଇଛନ୍ତି । ପାକିସ୍ତାନ କେମିତି ଜୋରଦାର ଜବାବ ଦିଏ, ମଙ୍ଗଳବାର ରାତିରେ ତାହା ପ୍ରମାଣିତ କରିଛୁ ବୋଲି କହିଛନ୍ତି ସରିଫ । ଏଥିସହ ଦେଶବାସୀଙ୍କୁ ସମମ୍ୱୋଧିତ କରି ସେ କହିଛନ୍ତି, ଦେଶ ପାଇଁ ଶେଷ ନିଶ୍ୱାସ ଯାଏ ଲଢ଼େଇ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking