18.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଟ୍ରମ୍ପ- କମଲା ହାରିସଙ୍କ ମଧ୍ୟରେ ଟକ୍କର

ଟ୍ରମ୍ପ- କମଲା ହାରିସଙ୍କ ମଧ୍ୟରେ ଟକ୍କର

ବ୍ୟୁରୋ  :  ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହାକୁ ନେଇ ସମଗ୍ର ବିଶ୍ୱ ବେଶ୍ ସତର୍କ ରହିଛି। ଆମେରିକାବାସୀ ମଧ୍ୟ ଚଳିତ ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି। ୨୦୨୪ ନଭେମ୍ବର ୫ରେ ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକାର ଏହି ସାଧାରଣ ନିର୍ବାଚନରେ ଏଥର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ୍ ପାର୍ଟିରୁ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ନିର୍ବାଚନ ଲଢ଼ୁଥିବା ବେଳେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁଣିଥରେ ଡୋନାଲ୍ଡ ଟ୍ରମ୍ପ୍ ମୈଦାନକୁ ଓହ୍ଲାଇଛନ୍ତି। ଏହାପୂର୍ବରୁ ୨୦୧୬ରେ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବାର ସୌଭାଗ୍ୟ ହାସଲ କରିସାରିଛନ୍ତି। ଉଭୟ ନେତା ନିଜ ସାମର୍ଥ୍ୟ ଠାରୁ ଢ଼େର ଅଧିକ ଗୁଣରେ ନିର୍ବାଚନୀ ପ୍ରଚାର କରିଛନ୍ତି, ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି। ନିର୍ବାଚନ ପ୍ରଚାର କାଳରେ ଦେଶବାସୀଙ୍କୁ ଉଭୟ ନେତା ବେଶ୍ ବଡ଼ ବଡ଼ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୋଟାମୋଟି ଚଳିତ ନିର୍ବାଚନରେ କମଳା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି। ଇତି ମଧ୍ୟରେ କେତେକ ସର୍ଭେ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କମଳା ହାରିସ୍‌ଙ୍କ ତୁଳନାରେ ଟ୍ରମ୍ପ୍ ଆଗୁଆ ରହିଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟ ନାଗରିକଙ୍କ ବେଶ୍ ବଡ଼ ଯୋଗଦାନ ରହିଛି। ସୁତରାଂ ଉଭୟ ନେତା ପ୍ରବାସୀ ନାଗରିକଙ୍କୁ ନିଜ ସପକ୍ଷରେ ନେବା ପାଇଁ ଗୋଟି ଚାଳନା କରିଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ। ଜାନୁଆରୀ ୬ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ। ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking