ୱାଶିଂଟନ୍: ଇରାନକୁ ଦୁର୍ବଳ କରିବା ପାଇଁ ଆମେରିକା ଏହାର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ ଶିଳ୍ପ ସହିତ ଜଡ଼ିତ ୧୬ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ତାଲିକାରେ ୪ ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି। ଏହି ପଦକ୍ଷେପ ଇରାନ ଉପରେ କଟକଣାକୁ ଆହୁରି କଠୋର କରିବା ପାଇଁ ଆମେରିକୀୟ ପ୍ରଶାସନର ଅଭିଯାନର ଏକ ଅଂଶ ବୋଲି କୁହାଯାଉଥିଲେ ମଧ୍ୟ ଏହା ଭାରତୀୟ କମ୍ପାନୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଆମେରିକାର ଅର୍ଥ ବିଭାଗ ପକ୍ଷରୁ ଜାରି ବୟାନ ଅନୁସାରେ, ପ୍ରତିବନ୍ଧକ ଲାଗିଥିବା ୪ ଭାରତୀୟ କମ୍ପାନୀ ହେଉଛି, ଅଷ୍ଟିନସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ବିଏସ୍ଏମ୍ ମେରାଇନ୍ ଏଲଏଲପି, କସ୍ମୋସ୍ ଲାଇନ୍ସ ଇନକ୍ ଏବଂ ଫ୍ଲକ୍ସ ମେରିଟାଇମ୍ ଏଲ୍ଏଲ୍ପି। ତେବେ ଏହି ପ୍ରତିବନ୍ଧକକୁ ନେଇ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଆସିନାହିଁ। ଯଦିଓ ଉଭୟ ଇରାନ ଏବଂ ଆମେରିକା ସହିତ ଭାରତର ଭଲ ସମ୍ପର୍କ ରହିଛି, କିନ୍ତୁ ଏହି ପଦକ୍ଷେପ ଦ୍ୱାରା ଭାରତୀୟ କମ୍ପାନୀଗୁଡ଼ିକର କ୍ଷତି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଇରାନର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ ସହିତ ବ୍ୟବସାୟିକ ସମ୍ପର୍କ ଥିବାରୁ ଏହି କମ୍ପାନୀଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକା ଏବେ ଇରାନର ବେଆଇନ ପରିବହନ ନେଟୱର୍କକୁ ଭାଙ୍ଗିବାକୁ ଚେଷ୍ଟା କରୁଛି, ଯାହାକି ଏସିଆର ବିଭିନ୍ନ ଦେଶକୁ ଇରାନ ତେଲ ବିକ୍ରି କରିବାରେ ସକ୍ରିୟ ଅଛି। ଇରାନର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ କଟକଣା ଲଗାଇବା ଏବଂ ଆତଙ୍କବାଦକୁ ଆର୍ôଥକ ସହାୟତା ରୋକିବା ପାଇଁ ଆମେରିକା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ନେଟୱର୍କ ବେଆଇନ ପରିବହନ ମାଧ୍ୟମରେ ଶହ ଶହ ନିୟୁତ ଡଲାର ମୂଲ୍ୟର ଅନେକ ବ୍ୟାରେଲ ଅଶୋଧିତ ତେଲ ବିକ୍ରୟ କରିବାକୁ ଚେଷ୍ଟା କରୁଥିଲା। ଏହି ପଦକ୍ଷେପ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଇରାନ ଉପରେ ଚାପ ପକାଇବାର ନୀତିର ଏକ ଅଂଶ, ଯାହା ତେଲ ରାଜସ୍ୱ ମାଧ୍ୟମରେ ଇରାନର ଆର୍ôଥକ କାର୍ଯ୍ୟକଳାପକୁ ରୋକିବା ଏବଂ ଆତଙ୍କବାଦ ପାଣ୍ଠିକୁ ବନ୍ଦ କରିବା ତଥା ସର୍ବୋପରି ଇରାନ୍କୁ ଆର୍ôଥକ ଭାବରେ ଦୁର୍ବଳ କରିବାର ପ୍ରୟାସକୁ ଦୃଷ୍ଟିରେ ରଖି ନିଆଯାଇଛି।










