19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ: କଂଗ୍ରେସ

ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ: କଂଗ୍ରେସ

ନୂଆଦିଲ୍ଲୀ: ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନେକ ଦେଶ ଉପରେ ବର୍ଦ୍ଧିତ ଟାରିଫ୍ ବା ଅତିରିକ୍ତ ଶୁଳ୍କ ଘୋଷଣା କରିଥିଲେ। ଏହିକାରଣରୁ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ୱର ଷ୍ଟକ୍ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୭ ଏପ୍ରିଲ, ୨୦୨୫) ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ କହିଛି ଯେ, ଉଭୟ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ୍ ନିଜ ନିଜ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାରେ ସିଦ୍ଧହସ୍ତ।

କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୋଦୀ ଏବଂ ଟ୍ରମ୍ପ୍ ନିଜକୁ ଭଲ ବନ୍ଧୁ ବୋଲି କହିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଉଭୟ ନିଜ ନିଜର ଅର୍ଥନୀତିକୁ ଆତ୍ମ-ଧ୍ୱଂସ କରିବାରେ ସିଦ୍ଧହସ୍ତ।’ ସୂଚନାଯୋଗ୍ୟ, ଶୁକ୍ରବାର ଷ୍ଟକ୍ ମାର୍କେଟ୍ ଜବରଦସ୍ତ ହ୍ରାସ ସହ ବନ୍ଦ ହୋଇଥିବା ବେଳେ ସୋମବାର ମଧ୍ୟ ଭାରତୀୟ ଷ୍ଟକ୍ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ସେନସେକ୍ସ ଏବଂ ଏନ୍‌ଏସଇ ନିଫ୍ଟି ଯଥାକ୍ରମେ ୪୦୦୦ ପଏଣ୍ଟ ଏବଂ ୧୨୦୦ ପଏଣ୍ଟ ହ୍ରାସ ପାଇଛି। ଏହି ହ୍ରାସ ସହ ସେନସେକ୍ସ ୧୦ ମାସର ସର୍ବିନିମ୍ନ ସ୍ତରରେ ପହଞ୍ଚିଯାଇଛି। ଏହା ଫଳରେ ନିବେଶକମାନେ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking