26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଟ୍ରୁଡେୟୁଙ୍କୁ ଟ୍ରମ୍ପ୍‌ଙ୍କ ମଜାଳିଆ ଅନ୍ଦାଜ୍ ଭାରି ପଡ଼ିଲା

ଟ୍ରୁଡେୟୁଙ୍କୁ ଟ୍ରମ୍ପ୍‌ଙ୍କ ମଜାଳିଆ ଅନ୍ଦାଜ୍ ଭାରି ପଡ଼ିଲା

ୱାଶିଂଟନ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପଡ଼ୋଶୀ ଦେଶ କାନାଡାକୁ ନେଇ ଏପରି ଏକ କଥା କହିଛନ୍ତି ଯେ ତାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ ଗତ ଶୁକ୍ରବାର ରାତିରେ ଟ୍ରମ୍ପ୍‌ଙ୍କ ସହ ରାତ୍ରଭୋଜନ କରିଥିଲେ। ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଟ୍ରମ୍ପ୍ ମଜାଳିଆ ଢ଼ଙ୍ଗରେ କାନାଡା ଆମେରିକାର ୫୧ତମ ରାଜ୍ୟ ହେଉ ଅର୍ଥାତ୍ କାନାଡା, ଆମେରିକାରେ ସାମିଲ ହୋଇଯାଉ ବୋଲି ଟ୍ରୁଡେୟୁଙ୍କୁ କହିଥିଲେ। ଟ୍ରୁଡେୟୁ ଟ୍ରମ୍ପ୍‌ଙ୍କ ଏପ୍ରକାର କଥାକୁ ନେଇ ସାମାନ୍ୟ ହଡବଡେଇ ଯାଇଥିବା ଦେଖିବାକୁ ମିଳିଥିଲା।

ଆମେରିକାକୁ ବେଆଇନ ପ୍ରବାସୀ ଓ ଡ୍ରଗ୍ସ ପ୍ରବାହକୁ ରୋକିବାରେ ବିଫଳ ହେଲେ କାନାଡା ଉପରେ ୨୫% ଆମଦାନି ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଏହାର କିଛି ଦିନ ପରେ ଟ୍ରୁଡୋ ବିନା କୌଣସି ଯୋଜନାରେ ତାଙ୍କୁ ଭେଟିବାକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଟ୍ରମ୍ପଙ୍କୁ ବୁଝାଇବା। ଟ୍ରୁଡେୟୁ, ଟ୍ରମ୍ପଙ୍କୁ କହିଥିଲେ ଯେ ଆମେରିକାର ଏପ୍ରକାର ନୂତନ ଶୁଳ୍କ ନିୟମ, କାନାଡାର ଅର୍ଥନୀତିକୁ ଧ୍ୱଂସ କରିଦେବ। ତେବେ ଟ୍ରୁଡେୟୁଙ୍କ ଉଦ୍‌ବେଗ ଉପରେ ଟ୍ରମ୍ପ୍ କହିଥିଲେ, କାନାଡା ଆମେରିକାର ୫୧ତମ ରାଷ୍ଟ୍ର ହୋଇଯାଉ, ଶୁଳ୍କ ସମସ୍ୟା ରହିବ ନାହିଁ। ଟ୍ରମ୍ପ୍ କୌତୁକରେ ଏପରି କଥା କହିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking