30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଟ୍ରମ୍ପ୍‌ଙ୍କୁ ପାଲଟା ଅଫର ଦେଲେ ଟ୍ରୁଡେୟୁ

ଟ୍ରମ୍ପ୍‌ଙ୍କୁ ପାଲଟା ଅଫର ଦେଲେ ଟ୍ରୁଡେୟୁ

ଓଟାୱା: କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ ବୋଲି କହିଆସୁଥିବା ଆମେରିକାର ଭାବୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଏକ କାଉଣ୍ଟର ଅଫର୍ ଦେଇଛନ୍ତି କାନାଡ଼ାର କାମଚଳା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ। ନିକଟରେ ଟ୍ରମ୍ପ୍ କାନାଡ଼ାକୁ ଆମେରିକାରେ ମିଶାଇଦେବା ପୂର୍ବକ ୫୧ତମ ରାଜ୍ୟ କରିବାକୁ ଟ୍ରୁଡେୟୁଙ୍କ ଉଦ୍ଦେଶ୍ୟରେ ଏକ ମଜାଳିଆ ଢ଼ଙ୍ଗରେ ପରାମର୍ଶ ଦେଇଥିଲେ। ସେତେବେଳେ ଟ୍ରୁଡେୟୁ କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିବା ବେଳେ ଟ୍ରମ୍ପ୍‌ଙ୍କ ଏପ୍ରକାର ପରାମର୍ଶରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ତେବେ ଏବେ ପୁଣିଥରେ ଟ୍ରମ୍ପ୍ ଏକ କାର୍ଯ୍ୟକ୍ରରେ କାନାଡାକୁ ଆମେରିକାର ୫୧ତମ ରାଜ୍ୟ ଭାବେ ସାମିଲ କରିବା ତାଙ୍କର ଲକ୍ଷ୍ୟ ରହିଥିବା କହିବା ପରେ ଏହାକୁ ନେଇ ଟ୍ରୁଡେୟୁ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

ରିପୋର୍ଟ ଅନୁସାରେ ଟ୍ରୁଡେୟୁ ଟ୍ରମ୍ପ୍‌ଙ୍କ ଏପ୍ରକାର ମନ୍ତବ୍ୟର କାଉଣ୍ଟର କରିବାକୁ ଯାଇ କହିଛନ୍ତି, ଟ୍ରମ୍ପ୍ କାନାଡାକୁ ନିଜର ୫୧ତମ ରାଜ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହୀ ରହିଥିବା କଥା କହୁଛନ୍ତି। କିନ୍ତୁ ଟ୍ରମ୍ପ୍ କାନାଡ଼ାକୁ ଆମେରିକାର ଭର୍ମଣ୍ଟ କିମ୍ବା କାଲିଫର୍ଣ୍ଣିଆ ରାଜ୍ୟ ଦେବା ଉଚିତ୍‌। ଟ୍ରୁଡେୟୁ ମଧ୍ୟ ଏହି ମନ୍ତବ୍ୟ ମଜାଳିଆ ଢ଼ଙ୍ଗରେ ହିଁ ଦେଉଥିବାର ଦେଖିବାକୁ ମିଳିଛି। ପ୍ରକାଶ, ଗତବର୍ଷ ନଭେମ୍ବର ମାସରେ ଉଭୟ ନେତା ଏକାଠି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଆମେରିକା ସରକାରଙ୍କ ବର୍ଦ୍ଧିତ ଶୁଳ୍କ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏହି ସମୟରେ ଟ୍ରୁଡେୟୁ, ଟ୍ରମ୍ପ୍ ଏହି ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିବା ବେଳେ ଟ୍ରମ୍ପ୍‌, ଟ୍ରୁଡେୟୁଙ୍କୁ କହିଥିଲେ ଯେ, ଯଦି ସେ ବର୍ଦ୍ଧିତ ଶୁଳ୍କ ବିଷୟରେ ଏତେ ଚିନ୍ତିତ, ତେବେ ତାଙ୍କୁ ଆମେରିକାର ୫୧ତମ ରାଜ୍ୟ ହେବା ବିଷୟରେ ଚିନ୍ତା କରିବା ଉଚିତ୍‌। ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାର କିଛି ଦିନ ପରେ ଟ୍ରମ୍ପ୍ କହିଥିଲେ ଯେ ସେ କାନାଡାରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ। ଏହି ବୟାନ ପରେ, ଟ୍ରୁଡେୟୁ, ଟ୍ରମ୍ପ୍‌ଙ୍କୁ ଭେଟିବା ପାଇଁ ଆମେରିକା ଯାଇଥିଲେ। ଏହି ସମୟରେ ଟ୍ରମ୍ପ୍‌, ଟ୍ରୁଡେୟୁଙ୍କୁ କହିଥିଲେ ଯେ, କାନାଡା ସହିତ ବାଣିଜ୍ୟରେ ଆମେରିକାର ବହୁତ କ୍ଷତି ହେଉଛି। ଆମେରିକା ପ୍ରତିବର୍ଷ କାନାଡାର ସୁରକ୍ଷା ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ପ୍ରାୟ ୨୦୦ ବିଲିୟନ ଡଲାର ଖର୍ଚ୍ଚ କରୁଛି। ଆମେରିକାର ରାଷ୍ଟ୍ରପତି ଭାବେ ସେ ଦେଶର ଏହି ଅଯଥା ଖର୍ଚ୍ଚକୁ ବନ୍ଦ କରିବାକୁ ଚାହୁଁଛନ୍ତି। ପ୍ରକାଶ, କାନାଡାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବଂ ଲିବରାଲ ପାର୍ଟି ନେତା ଜଷ୍ଟିନ ଟ୍ରୁଡେୟୁ ଏହି ସପ୍ତାହରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନୂତନ ନେତା ନିର୍ବାଚିତ ନହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking