25.1 C
Bhubaneswar
Friday, December 12, 2025
Homeଓଡିଶାଟ୍ରକ- ଟ୍ରାକ୍ଟର ଧକ୍କା: ଶ୍ରମିକ ମୃତ

ଟ୍ରକ- ଟ୍ରାକ୍ଟର ଧକ୍କା: ଶ୍ରମିକ ମୃତ

ପୁରୀ: ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ହାଇୱା ଟ୍ରକ ଏକ ଟ୍ରାକ୍ଟରକୁ ଧକ୍କା ଦେବାରୁ ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି । ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୃତ ଶ୍ରମିକ ଜଣଙ୍କ ସିମେଣ୍ଟ ଖଣ୍ଡ ବୋଝେଇ ଟ୍ରାକ୍ଟରରେ ଯାତ୍ରା କରୁଥିଲେ । ପୁରୀ ଅଭିମୁଖେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇୱା ଟ୍ରକଟି ପଛରୁ ଗାଡିକୁ ଧକ୍କା ଦେଇଥିଲା । ଧକ୍କାରେ କାରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ । ଯାହାଫଳରେ ଯାତାୟତ ପ୍ରଭାବିତ ହୋଇଥିଲା । ପୋଲିସ ବୁଝାସୁଝା କରିବା ପରେ ଉଭୟ ଗାଡି ମାଲିକ ଶ୍ରମିକଙ୍କ ପରିବାରକୁ ୨୦,୦୦୦ ଟଙ୍କା ଟଙ୍କା କ୍ଷତିପୂରଣ ଦେବା ପରେ ସମସ୍ୟାର ସମାଧାନ ହୋଇଥିଲା ଏବଂ ସ୍ଥାନୀୟ ଲକେ ପ୍ରତିବାଦ ବନ୍ଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking