33.1 C
Bhubaneswar
Saturday, March 28, 2026
Homeଓଡିଶାଶିକ୍ଷୟତ୍ରୀଙ୍କ ଉପରେ ଚଢିଗଲା ଟ୍ରକ

ଶିକ୍ଷୟତ୍ରୀଙ୍କ ଉପରେ ଚଢିଗଲା ଟ୍ରକ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା   ବଡ ଗାଁରେ ଏକ ମର୍ମନ୍ତୁଦ  ସଡକ ଦୁର୍ଘଟଣା  ଘଟିଛି । ଏଥିରେ  ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସେଠାରେ  ଉତ୍ତେଜନା ପ୍ରକାଶ ପାଇଛି ।  ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ମହାବୀର ଛକ ନିକଟରେ ମୃତ ଶିକ୍ଷୟିତ୍ରୀ ପ୍ରିୟଙ୍କା ବେହେରା ନିଜ କାକା ବୈକୁଣ୍ଠ ବେହେରା ଏବଂ ଭାଣିଜୀ ଚନ୍ଦ୍ରିକା ବେହେରାଙ୍କ ସହିତ ବାଇକରେ ରାସ୍ତା ପାରି ହେଲା ବେଳକୁ ଏକ ଟ୍ରକ୍ ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ପ୍ରିୟଙ୍କାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାକା ଓ ଭାଣିଜୀ ବାଇକରୁ ଛିଟିକି ପଡ଼ିବା ଫଳରେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking