ଗଞ୍ଜାମ: ବାଇକ ଉପରେ ଚଢିଗଲା ଗ୍ୟାସ ବୋଝେଇ ଟ୍ରକ । ବ୍ଲକ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଥିବା ଜଣାପଡିଛି । ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଚପା ଉତ୍ତେଜନା ସୃଷ୍ଟି ହୋଇଛ । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।










