21.1 C
Bhubaneswar
Thursday, December 11, 2025
Homeଓଡିଶାରାସ୍ତାରେ ଓଲଟିଲା ଚାଉଳ ବୋଝେଇ ଟ୍ରକ

ରାସ୍ତାରେ ଓଲଟିଲା ଚାଉଳ ବୋଝେଇ ଟ୍ରକ

ବଲାଙ୍ଗୀର: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସଦର ବ୍ଲକ ଭୁତିଆରବାହାଲ ବାରପୁରିଆ ଗାଁ ରାସ୍ତା ରଜା ମୁଣ୍ଡା ଟ୍ରନିଂ ଛକଠାରେ ଶୁକ୍ରବାର ଏକ ଚାଉଳ ବୋଝେଇ ଟ୍ରକ ଓଲଟିଯାଇଛି । ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଚାଉଳ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଜାଣିବା ପରେ ସ୍ଥାନୀୟ ଗାଁର ଲୋକେ ଆସି ଟ୍ରକରୁ ବସ୍ତା ବସ୍ତା ଚାଉଳ ଘରକୁ ବୋହି ନେଇଛନ୍ତି । ଚାଉଳ ବୋଝେଇ ଟ୍ରକଟି ଛତିଶଗଡ଼ ରାୟପୁରରୁ ବଲାଙ୍ଗୀର ଆସୁଥିଲା। ଚାଉଳ ଚାଲାଣର କାଗଜପତ୍ର ଅଛି ନା ନାହିଁ, ଜଣାପଡିନାହିଁ। ଚାଉଳ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଦେଓଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଚାଉଳ ବୋଝେଇ ଟ୍ରକ ଗାଡିକୁ ନେଇ ଦେଓଗାଁ ପୋଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ବୁଲୁ ମୁଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking