21.1 C
Bhubaneswar
Sunday, February 1, 2026
Homeଓଡିଶାଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଜଣେ ମୃତ

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଜଣେ ମୃତ

ବ୍ରଜରାଜନଗର: ଝାରସୁଗୁଡାରୁ ସାମ୍ନାକୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଟ୍ରକ୍‌କୁ ପଛରୁ ପିଟିଛି ଅନ୍ୟ ଏକ ଟ୍ରକ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅମୁସାରେ,  ଜାତୀୟ ରାଜପଥ ୪୯ର ବାଦୀମାଲ ପଞ୍ଚାୟତ ଅନ୍ତର୍ଗତ କାଞ୍ଜି ଝରଣ ଘାଟି ଆଗରେ  ଛିଡ଼ାହୋଇଥିବା ଏକ ପାଉଁଶ ବୋଝେଇ ଟ୍ରକର  ପଛ ପଟେ  ଅନ୍ୟ ଏକ କପଡା ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ କପଡା ବୋଝେଇ ଟ୍ରକର ଚାଳକ  ଜୟ ମାର ସିଂ (୪୦)ଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଜୟସିଂଙ୍କ ଘର ବିହାର ପ୍ରଦେଶ ଆରା ଅଞ୍ଚଳରେ।

ଖବରପାଇ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଭିତରୁ  ଜୟ ସିଂଙ୍କର ମୃତଦେହ ବାହାର କରିଥିଲେ। ଜୟ ସିଂଙ୍କର ଛାତି ଉପରେ ଟ୍ରକ  ଷ୍ଟିୟରିଙ୍ଗ ଚାପି ହୋଇଯାଇଥିଲା।ପୁଲିସ ଶବଟିକୁ ଝାରସୁଗୁଡ଼ାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ  ଜୟ ସିଂଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଶବ ବ୍ୟବଛେଦ ହେବ। ଦୁଇଟି ଟ୍ରକ୍ ଛତିଶଗଡ଼ ରାଜ୍ୟ ରାୟଗଡ଼ ଆଡ଼କୁ ଯାଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking