28.1 C
Bhubaneswar
Sunday, January 18, 2026
Homeଓଡିଶାବୋଲେରକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ

ବୋଲେରକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ

ଅନୁଗୁଳ: ଅନୁଗୁଳରେ ବଡ ସଡକ ଦୁର୍ଘଟଣା । ବୋଲେରକୁ ଧକ୍କା ଦେଇଛି ଟ୍ରକ । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ବୋଲେରୋଟି ଜଗତସିଂହପୁରରୁ ମା ସମଲେଶ୍ୱରୀ ଦର୍ଶନ ପାଇଁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଅନୁଗୁଳରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଗୁରୁତର ଭାବେ ଭାବେ ଆହତ ହୋଇଥଲେ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ତୁରନ୍ତ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking