ବାଲେଶ୍ୱର: ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡିକା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ମୃତ । ସୂଚନା ଅନୁସାରେ ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ବିଳମ୍ବିତ ରାତିରେ ବାଲେଶ୍ୱରରୁ ବାଲିଆପାଳ ଅଭିମୁଖେ ଯାଉଥିବା ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଧାନ ବୋଝେଇ ଟ୍ରକ । ଫଳରେ ବାଇକଟି ଟ୍ରକ ଚକା ତଳୁ ଆସିଯାଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଥାନା ଡାକ୍ତର ପଠାଇଛି । ଧାନ ବୋଝେଇ ଟ୍ରକକୁ ଜବଦ କରି ବସ୍ତା ପୁଲିସକୁ ହସ୍ତାନ୍ତର କରିଛି । ପୁଲିସ ଘଟଣାରେ ତଦନ୍ତ କରୁଛି । ସେପଟେ ବାଇକ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ବାଲିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି ।










