33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ୨ ମୃତ

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ୨ ମୃତ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ଆମେରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ପଥର ବୋଝେଇ ଏକ ଟ୍ରକ୍ ପ୍ରଥମେ ନିୟନ୍ତ୍ରଣ ହରାଇ ବାଇକ୍‌କୁ ଧକ୍କା ଦେଇ ଆରୋହୀ ଦୁଇଜଣ ଯୁବକଙ୍କୁ ଚାପି ଦେବା ପରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସହିତ ଧକ୍କା ହୋଇଥିଲା। ଫଳରେ ଟ୍ରକ୍ ଏବଂ ବାଇକ୍ ଜଳି ନିଆଁ ଲାଗି ଯାଇଥିଲା। ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ଏକ ଜୋରରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଦୁଇ ମୃତକଙ୍କୁ ଓମପ୍ରକାଶ ସାଇନି ଏବଂ ଶଙ୍କର ସାଇନି ବୋଲି ଚିହ୍ନଟ କରାଯାଇଛିଘଟଣା ପରେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲାଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ମୃତ ଦେହକୁ ପୋଲିସ ହେପାଜତକୁ ନେଇ ଗୁରୁତର ଆହତ ବ୍ୟକ୍ତିଙ୍କୁ ଏସଏମଏସ ହସ୍ପିଟାଲକୁ ପଠାଇଛିଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking