19.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭର ଗୁରୁତର

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭର ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଥିବା ବେଳେ , ଦୁର୍ଘଟଣାରେ ଚାପି ହୋଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ ବିଭାଗ ପହଞ୍ଚି କଟର ସାହାଯ୍ୟରେ ଗାଡ଼ି କାଟି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ବାହାର କରିଛି। ସୂଚନା ଅନୁଯାଇ , ଆଜି ଭୋର ୪ଟା ସମୟରେ ଦରଖୋଳା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍‌ରୁ ପଛପଟୁ ଅନ୍ୟ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ଜଣଙ୍କ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ।ଏହା ଦେଖି ସ୍ଥାନୀୟ ଲୋକେ ଏନ୍.ଏଚ୍ ଆମ୍ବୁଲାନ୍ସକୁ କଲ୍ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking