30.1 C
Bhubaneswar
Monday, June 2, 2025
Homeଓଡିଶା୩୦ ଫୁଟ ତଳକୁ ଖସିଲା ଟ୍ରକ: ଡ୍ରାଇଭର ସମେତ ୨ ଗୁରୁତର

୩୦ ଫୁଟ ତଳକୁ ଖସିଲା ଟ୍ରକ: ଡ୍ରାଇଭର ସମେତ ୨ ଗୁରୁତର

ମୋହନା:ଜରଉ ଘାଟିରେ ୩୦ଫୁଟ ତଳକୁ ଖସିଲା ଟ୍ରକ୍ । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ବଳଦର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତର ଶାନ୍ତିନଗର ଜରଉ ଘାଟିରେ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସିଲା ବାଜରା ବୋଝେଇ ଟ୍ରକ୍ l ମୋହନାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼, ସୋରଡ଼ା ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିବା ଟ୍ରକ୍ l ଫଳରେ ଟ୍ରକ୍ ଚାଳକ ଜି.ପାଥୁଆ ରାଜି ଚାପି ହୋଇ ଟ୍ରକ୍‌ରେ ରହିଯାଇଥିଲେ l ସ୍ଥାନୀୟ ଲୋକେ ଓ ପୋଲିସ କର୍ମଚାରୀ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଛନ୍ତି l ସେହିଭଳି ଟ୍ରକ୍‌ରେ ଥିବା ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଚାଳକ ଓ ଯାତ୍ରୀଙ୍କୁ ଉଦ୍ଧାର କରି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l  ଟ୍ରକ୍ ତଳେ ଗୋଟିଏ ବଳଦ ଚାପି ହୋଇଯିବା ଫଳରେ ତାର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking