31.1 C
Bhubaneswar
Tuesday, March 24, 2026
Homeଓଡିଶା ଟ୍ରକ ମୁହାଁମୁହିଁ : ଚାଲିଗଲା ଡ୍ରାଇଭରଙ୍କ ଜୀବନ

 ଟ୍ରକ ମୁହାଁମୁହିଁ : ଚାଲିଗଲା ଡ୍ରାଇଭରଙ୍କ ଜୀବନ

କଳାହାଣ୍ଡି : ଦୁଇ ଟ୍ରକ ମୁହାଁମୁହିଁ  ଧକ୍କା ହୋଇ ନିଆଁ ଲାଗିଯାଇଛି ଫଳରେ  ଟ୍ରକ ଚାଳକର ଜୀବନ ଚାଲିଯାଇଛି । ଏଭଳି ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା  ଭବାନୀପାଟଣା  ସଦରଥାନା ନିକଟ ପାଶ୍ଟିକୁଡି ନିକଟରେ । ଆଜି ଭୋରରୁ ପାଷ୍ଟିକୁଡ଼ି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସହ ଅନ୍ୟ ଏକ ଟ୍ରକ୍ ମୁହାଁମୁହିଁ ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ସଙ୍ଗେସଙ୍ଗେ ଦୁଇଟି ଟ୍ରକ୍ ହୁତୁହୁତୁ ହୋଇ ଜଳିଥିଲା।ଖବର ପାଇ ତୁରନ୍ତ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ନିମନ୍ତେ ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ନିଆଁ ଲିଭା ସମ୍ପୂର୍ଣ୍ଣ ସରି ନ ଥିବା ଜଣାଯାଇଛି।
ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଦୁଇଟି ଟ୍ରକ୍‌କୁ ନିଆଁ ବ୍ୟାପି ସାରିଥିବା ବେଳେ ତା’ ଭିତରେ ଜଣେ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳି ପାରୁନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking