25.1 C
Bhubaneswar
Tuesday, March 24, 2026
Homeଓଡିଶାପଥର ଚାଲାଣ ବେଳେ ୧୯ ଟି ପଥର ବୋଝେଇ ଟ୍ରକ ଜବତ

ପଥର ଚାଲାଣ ବେଳେ ୧୯ ଟି ପଥର ବୋଝେଇ ଟ୍ରକ ଜବତ

ପୁରୀ: କଣାସ ରେ ଖଣି ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ। ବେଆଇନ ପଥର ଚାଲାଣ ବେଳେ ୧୯ ଟି ପଥର ବୋଝେଇ ଟ୍ରକ କୁ ଜବତ କଲା କଣାସ ପୋଲିସ । ଆଜି ଭୋର୍ ସମୟରେ ପୁରୀ ମାଇନ୍ସ ଅଧିକାରୀ ସମୀର ମିଶ୍ର ଙ୍କ ନେତୁତ୍ବ ରେ ବେଆଇନ ପଥର ଚାଲାଣ ହେଉଥିବା ସମୟରେ ଅତର୍କିତ ଚଢ଼ାଉ କରାଯାଇ ଥିଲା। କଣାସ ବିଜିପୁର ଠାରେ ୧୯ ଟି ପଥ ର ବୋଝେଇ ଟ୍ରକ କୁ ଜବତ କରାଯାଇଛି । ସୂଚନା ଥାଉକି ବେଆଇନ ପଥର ଓ ବାଲି ଚାଲାଣ କରାଯାଉ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।ପୂର୍ବରୁ ପିପିଲି ରେ ପୁରୀ ମାଇନ୍ସ ଅଧିକାରୀ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରିଥିବା ବେଳେ ଆଜି ବେଆଇନ ପଥର ଚାଲାଣ ଗାଡି କୁ ଜବତ କରିଛନ୍ତି ।ଜବତ ଗାଡ଼ି ଗୁଡ଼ିକ ଜରିମାନା ନଦେଲେ ସେମାନଙ୍କ ଵିରୁଦ୍ଧ ରେ ମାମଲା ରୁଜୁ କରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking