ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଶୁକ୍ରବାର ସକାଳେ ଘନ କୁହୁଡି ଥିବାରୁ ଟ୍ରକଟି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକାଳ ୮ଟା ସମୟରେ ଗ୍ୱାଲିୟର- ଭିଣ୍ଡରାଜପଥର ମହାରାଜପୁରା ଅଞ୍ଚଳରେ ଘଟିଥିଲା । ସୂଚନା ଅନୁଯାୟୀ, ଘନ କୁହୁଡି ପାଇଁ ଦୃଶ୍ୟମାନ୍ୟତା କମ ଥିବା ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ କାରକୁ ଧକ୍କା ଦେଇଥିଲା । କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଯାତ୍ରୀମାନେ ଭିଣ୍ଡରରବାସିନ୍ଦା ଥିଲେ । ସେମାନେ ଗ୍ୱାଲିୟର ଅଭିମୁଖେ ଯାତ୍ରା କରୁଥିଲେ । ଏଭଳି କାଣ୍ଡ ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ କରିଛି ।










