14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶହୁତୁ ହୁତୁ ହୋଇ ଜଳିଗଲା ଟ୍ରକ: ଡ୍ରାଇଭର ଗୁରୁତର

ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ: ଡ୍ରାଇଭର ଗୁରୁତର

କଟକ: କଟକରୁ ସାମ୍ନାକୁ ଆସିଛି ଏକ ଅଗ୍ନିକାଣ୍ଡର ଖବର। ଏକ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିବା ନେଇ ମିଳିଛି ସୂଚନା। ସୂଚନା ଅନୁସାରେ, ଗୁରୁବାର ଭୋର ସମୟରେ କଟକର ମାଲଗୋଦାମରେ ଏକ ଡାଲି ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ କ୍ୟାବିନ ଭିତରେ ଶୋଇଥିବା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଦଳ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ।

ରିପୋର୍ଟ ଅନୁସାରେ, ଡାଲି ଭର୍ତ୍ତି ଟ୍ରକଟି କୋଲକାତାରୁ ଯାତ୍ରା ଆରମ୍ଭ କରିଥିଲା ​​ଏବଂ କଟକର ମାଲଗୋଦାମ ଅଭିମୁଖେ ଆସୁଥିଲା। ଟ୍ରକଟି ପାର୍କିଂ ହୋଇଥିବା ସମୟରେ ନିଆଁ ଲାଗିଯାଇଥିଲା। ସେ ସମୟରେ ଡ୍ରାଇଭର ଟ୍ରକ ଭିତରେ ଶୋଇଥିଲେ। ଟ୍ରକ ଭିତରେ ଶୋଇଥିବା ସମୟରେ ଡ୍ରାଇଭର ମଶା ଘଉଡ଼ାଇବା ପାଇଁ ମଶା କଏଲ ଜାଳି ଦେବାରୁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ଗୁରୁତର ଆହତ ଅବସ୍ଥାରେ ଡ୍ରାଇଭର ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking